ଗୁରୁବାର ଗୋପାଳପୁର ବିଜେପି ପକ୍ଷରୁ ଗୋଳନ୍ଥରା ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କୁ କର୍ମକର୍ତ୍ତାଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପରିଚାଳନା କରିଥିଲେ। ଏଇ କାର୍ଯ୍ୟକ୍ରମରେ ଡ଼. ପାଣିଗ୍ରାହୀ ଦଳରେ ଯୋଗଦେବା ପରେ ଦଳ ଗଞ୍ଜାମ ଜିଲ୍ଲାରେ ସଶକ୍ତ ହେବା ସହ ଏଠାରେ ଡବଲ ଇଞିନ ସରକାର ଗଠନ ହେବ ବୋଲି ମତପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସର ଓଡ଼ିଶାରେ ବିରୋଧୀ ଦଳର ୨୫ ବର୍ଷ ଶାସନ ପରେ ମଧ୍ୟ ଓଡ଼ିଶାର ରୂପରେଖ ବଦଳି ପାରି ନଥିବା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସନ୍ନ ଶତପଥୀ, ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ସରୋଜ କୁମାର ସାବତ,ରାଜେଶ ସାହୁ, ଗଙ୍ଗାଧର ଶତପଥୀ, ବନମାଳୀ ସେଠୀ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେଡି କର୍ମୀ ଡି.ଫକୀର, ସୁରେଶ ପାତ୍ର, ସ୍ବର୍ଣ୍ଣ କାନ୍ତି ପାଢ଼ୀ, ପୁରୁଷୋତ୍ତମ ନାୟକ,ଡି. କୁଶ ପାତ୍ର, ପ୍ରଭାକର ନାୟକ,ଶରତ ହୋତା, ପ୍ରକାଶ ସାବତଙ୍କ ସମେତ ଅନେକ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ: ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ସାହି