ସିକ୍ରେଟ ଚାମ୍ବର କରି ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ମାଡି ବସିଲା ଅବକାରୀ ବିଭାଗ । ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ଗୁଇନ୍ଦା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ୩ ଜଣ ଅଭିଯୁକ୍ତଙ୍କ ସହ ୨୫ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଳିଠାରେ ଗାଡି ଗୁଡିକ ଚେକିଂ କରାଯାଉଥିଲା । ଏହି ସମୟରେ ୟୁପି ନମ୍ବର ଇନୋଭା କାରକୁ ସନ୍ଦେହର ସହ ଅଟକ କରି ଯାଞ୍ଚ କରାଯିବା ପରେ ୨୫ କେଜି ବେଆଇନ ଗଞ୍ଜେଇକୁ ଗୁଇନ୍ଦା ଅବକାରୀ ବିଭାଗ ଜବତ କରିଥିଲା । ଅବକାରୀ ବିଭାଗ ଆଖିରେ ଧୂଳି ଦେଇ କାରର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ୟୁପିର ହୋଇଥିବାବେଳେ ଅନ୍ୟଜଣେ ବିହାରର ବୋଲି ଜଣାପଡିଛି । ଏହି ବେଆଇନ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ୟୁପି ରାଜ୍ୟକୁ ଚୋରା ଚଲାଣ ହେଉଥିବା ନେଇ ଅବକାରୀ ବିଭାଗର ଜଏଣ୍ଟ କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି l
ଅଧିକ ପଢନ୍ତୁ : ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା