ଚନ୍ଦ୍ରଶେଖର ପୋଲିସ ନାଇଟ୍ ବ୍ଲକିଂ କରିବା ବେଳେ ଜବତ କରିଛି ୩ ଲକ୍ଷ ୬୦ ହଜାର ଟଙ୍କା। ତେବେ ଟାଟା ହ୍ୟାରିଅର କାରରୁ ଏହି ଟଙ୍କା ଜବତ କରିଛି ପୋଲିସ। ତେବେ କାର ମାଲିକ ଚନ୍ଦକାର ବୋଲି ଜଣାପଡିଛି। ଜବତ ହୋଇଥିବା ଟଙ୍କା ମଧ୍ୟରେ ୪୧୭ଟି ୧୦୦ ଟଙ୍କିଆ, ୬୩୫ ଖଣ୍ଡ ୫୦୦ ଟଂକିଆ, ୨୦୦ ଟଙ୍କିଆ ୪ଟି ଟଙ୍କା ରହିଛି। ପୋଲିସ ଟଙ୍କା ଜବତ କରିବା ପରେ ଏହି ଘଟଣାକୁ ନେଇ କାର ମାଲିକଙ୍କୁ ଅଧିକ ପଚରାଉଚରା କରୁଛନ୍ତି।
ସୂଚନା ମୁତାବକ, ଆଗକୁ ନିର୍ବାଚନ ଥିବାରୁ ରାଜ୍ୟରେ ସାଜଗ ହୋଇଛି ପୋଲିସ। ବିିଭିନ୍ନ ସ୍କ୍ୱାଡ୍ ଗଠନ କରି ଦିନ ରାତି ୨୪ ଘଣ୍ଟା ଚେକିଂ ବ୍ଲକିଂ କରୁଛି। ନିର୍ବାଚନରେ କଳାଧନ ରୋକିବାକୁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଚନ୍ଦ୍ରଶେଖର ଟ୍ରାଫିକ ଛକ ନିକଟରେ ଚନ୍ଦ୍ରଶେଖର ପୋଲିସ ପକ୍ଷରୁ ନାଇଟ ଚେକିଂ ଚାଲିଥିଲା। ସେହି ସମୟରେ ଟାଟା ହ୍ୟାରିଅର କାରରେ ପ୍ରଚୁର ପରିମାଣର ଟଙ୍କା ଚେକିଂ ବେଳେ ଜବତ କରିଥିଲା ପୋଲିସ। ତେବେ ମୋଟ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି। ତେବେ କାର ମାଲିକ ଚନ୍ଦକାର ବୋଲି ଜଣାପଡିଛି। ତେଣୁ ଏ ସମସ୍ତ ଘଟଣାକୁ ନେଇ ଏହି ଯାଞ୍ଚ ଆରମ୍ଭ କରିଛି ଚନ୍ଦ୍ରଶେଖର ପୋଲିସ।