ଆଜି ବି ମୌଳିକ ସୁବିଧାରୁ ବଂଚିତ ଆଦିବାସୀ ସାହି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ପଂଚାୟତରେ। ସ୍ୱାଧୀନତାର ୭୬ ବର୍ଷ ପୁରି ଯାଇଥିଲେ ହେଁ ବିକାଶ ଠାରୁ ଅପହଞ୍ଚ ଦୂରତାରେ ରହିଛି ଏହି ଆଦିବାସୀ ସାହି। ଆଜି ପର୍ଯ୍ୟନ୍ତ ଝାଟି ମାଟି ତଥା ଭଙ୍ଗା ଘର, ବିନା ଆଲୁଅରେ ଓ ଯାତାୟତ ପାଇଁ ରାସ୍ତା ଭଳି ଅନେକ ମୌଳିକ ସୁବିଧା ଏଠାରେ ଉପଲବ୍ଧ ହୋଇ ପାରିନାହିଁ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦl ପଂଚାୟତ ୧୧ ନମ୍ବର ୱାର୍ଡରେ ୩୦ ବର୍ଷ ଧରି ୧୬ ପରିବାରର ୪୦ରୁ ଅଧିକ ଆଦିବାସୀ ଲୋକ ବାସ କରୁଥିବା ସତ୍ତ୍ୱେ ଏହି ଅଞ୍ଚଳକୁ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ଆଜି ମଧ୍ୟ ପହଂଚି ପାରି ନାହିଁ। ବିଦ୍ୟୁତ, ପାନୀୟ ଜଳ, ରାସ୍ତା, ଆବାସ, ରେସନ ଆଦି ସରକାରୀ ଯୋଜନା କ୍ଷେତ୍ରରେ ଏହି ପରିବାର ଗୁଡିକ ଅବହେଳିତ ହୋଇ ରହିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାହିର ଲୋକମାନେ।
ଜନତାଙ୍କ ଉଦ୍ଦେଶ୍ୟରେ ହେଉଥିବା ମାଳ ମାଳ ଯୋଜନା ଏଠାରେ ସାତ ସପନ ହୋଇଥିବା ବେଳେ ଏହି ସମସ୍ୟା ସମ୍ବନ୍ଧରେ ସାହି ଲୋକ ବ୍ଲକ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ନିର୍ବାଚନ ପୂର୍ଵରୁ ସେମାନଙ୍କ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି କମର୍ଦl ସାହିର ସେହି ୧୬ ପରିବାରI
ଘଟଣା ସମ୍ପର୍କରେ ଭୋଗରାଇ ବ୍ଲକର ବିଡ଼ିଓ ଉମାକାନ୍ତ ପରିଡା କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଥିବା ବେଳେ କମର୍ଦl ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ କାଳୀ ଚରଣ ମହାନ୍ତି ପ୍ରତିକ୍ରିୟା ଦେଇଥିଲେ ଯେ,"ବିଦ୍ୟୁତ ଦେବା ପାଇଁ ଆମର କୌଣସି ଅସୁବିଧା ନାହିଁ, ପ୍ରୋଜେକ୍ଟ ଅନୁମୋଦନ ସରି ଖୁଣ୍ଟ ଠିକାଦାର ପକାଇଛନ୍ତି, ଲୋକଙ୍କ ଜମି ରେ ଖୁଣ୍ଟ ପୋତିବା ସମସ୍ୟା ପାଇଁ ସାହିକୁ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହିଁ, ତେବେ ତୁରନ୍ତ ବିଦୁତ ସଂଯୋଗ କରି ସମସ୍ୟା ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।"
ଅଧିକ ପଢନ୍ତୁ: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା