ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସିକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କ ଆଶୀର୍ବାଦ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ। ରାଜନୀତିରେ ତାଙ୍କର ଖୁବ ଜ୍ଞାନ ରହିଛି। ଡ. ପାଣିଗ୍ରାହୀ ଏକ ଶକ୍ତିଶାଳୀ ରାଜନୈତିକ ପରିବାରରୁ ଆସିଥିବା ବେଳେ ସମ୍ବଲପୁରର ଜଣେ ଦୃଢ ସଙ୍ଗଠିକା ଭାବେ ସେ ବେଶ ଜଣାଶୁଣା।
ତେବେ କିଛି ଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଜିଲ୍ଲା କମିଟିର ବିଭିନ୍ନ ପଦବିରେ ଥିବା ପଦାଧିକାରୀ ମାନେ ମଧ୍ୟ ସାମୁହିକ ଭାବେ ଡାକ୍ତର ରାସେଶ୍ୱରୀଙ୍କ ସହିତ ଇସ୍ତଫା ଦେଇଥିଲେ। ନିକଟରେ ସମ୍ବଲପୁର ବିଧାନସଭାରେ ଦଳିୟ ଟିକେଟ ନଦେବାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡା. ରାସେଶ୍ୱରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ତେବେ ଏହି ସାକ୍ଷାତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ରାସେଶ୍ୱରୀ ବିଜୟ ଭବ ବୋଳି ଆଶିର୍ବାଦ ଦେଇଥିବା ସହିତ ସମ୍ବଲପୁରକୁ ଆହୁରି ଉନ୍ନତିମୂଳକ ଆଡକୁ ନେଇଯାଅ ବୋଲି କହିଥିଲେ।