ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଠାରୁ ଆରମ୍ଭ କରି ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ମୀ ଦିଦି ଯୋଜନାରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ ଅଵଗତ କରାଇଥିଲେ।
ଏହି ବୈଠକରେ ବିଲ୍ ଗେଟ୍ସ ଭାରତର ଡିଜିଟାଲ ପ୍ଲାଟଫର୍ମର ଯେପରି ବିକାଶ ହୋଇଛି ସେଥି ପାଇଁ ସରକାରଙ୍କୁ ପ୍ରଶଂସା କରିବା ସହ ଏହି ବିପ୍ଳବ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଜିଟାଲ କ୍ଷେତ୍ରରେ ଦେଶ ବହୁ ଆଗକୁ ଯାଇଥିବା ବେଳେ ଏବେ G20 ର ମୂଳ ଉଦ୍ଦେଶ୍ୟ ଏବଂ ଏହାର ସଫଳ ରୂପାୟନ ପାଇଁ କାମ କରି ସାର୍ବଜନୀନ କ୍ଷେତ୍ରରେ ଡିଜିଟାଲ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ବଢାଇବା ପାଇଁ ଦେଶରେ ନମୋ ଡ୍ରୋନ ଯୋଜନା ଆରମ୍ଭ କରାଯାଇଥିବା କହିଛନ୍ତି ମୋଦୀ। ସେହିପରି ମହିଳମାମାନେ ବୈଷୟିକ ଜ୍ଞାନ କୌଶଳ ସହ ଯୋଡି ହେଉଥିବା ବେଳେ ଏହାକୁ ନେଇ ମହିଳାମାନେ ବହୁତ ଖୁସି ଅଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ବିଲ୍ ଗେଟ୍ସଙ୍କୁ କହିଥିଲେ ଯେ, "ଖୁବଶୀଘ୍ର ଦେଶର ସବୁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ।"
ଏହି ଅବସରରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଇଣ୍ଡୋନେସିଆରେ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। G20 ଶିଖର ସମ୍ମିଳନୀ ପୂର୍ବରୁ ଆମର ବ୍ୟାପକ ଆଲୋଚନା ହୋଇଥିଲା ଏବଂ ଆପଣ ଯେପରି ଦେଖିଥିବେ, ଶିଖର ସମ୍ମିଳନୀରେ ଅନେକ ମୋଡ଼ ଆସିଥିଲା। ମୁଁ ବିଶ୍ୱାସ କରେ ଯେ ଆମେ ବର୍ତ୍ତମାନ G20 ର ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହିତ ସମାନ୍ତରାଳ ହୋଇ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିଛୁ ।"
ଅଧିକ ପଢନ୍ତୁ: ଚୂଡ଼ାନ୍ତରେ ଓଡିଶା ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା