ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ ଖସି ଘଟିଲା ଅଘଟଣ । ଛାତର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ପୁରୀରେ ରେଳ ଷ୍ଟେସନ ପାଇଁ କାମ ହେଉଥିବାବେଳେ ନିର୍ମାଣାଧୀନ ଛାତ ଭୁଶୁଡ଼ିଲା ପଡିଥିଲା । ଯାହାଫଳରେ ସେହି ସମୟରେ କାର୍ଯ୍ୟରତ ଶ୍ରମିକଙ୍କ ମାନେ ଛାତର ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅନ୍ୟ କେତେକ ଶ୍ରମିକ ଏହି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।