ଘର ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ଭଡାଟିଆ। ନିଜ ବନ୍ଧୁ ସହ ମିଶି ଏପରିକି ଅମାନୁଷିକ ଘଟଣା ଘଟାଇଛି ଅଭିଯୁକ୍ତ। ତେବେ ଏଭଳି ଭୟାନକ ହତ୍ୟାକାଣ୍ଡ ବାଲେଶ୍ୱରର ନୀଳଗିରିରେ ଘଟିଛି। ମୃତଦେହଟିକୁ ଗୋଟିଏ ଜଙ୍ଗଲରୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ। ଏହାପରେ ପୋଲିସ ଏହି ଘଟଣାରେ ମୃତକଙ୍କ ଘର ଭଡ଼ା ନେଇଥିବା ଭଡାଟିଆ ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି। ଏ ସମସ୍ତ ଘଟଣା ବାବଦରେ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ।
ସୂଚନା ଅନୁସାରେ , ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଧୀନ କଟୁରିଆ ଅଞ୍ଚଳର ଶ୍ରୀରାମ ସିଂ ଏପ୍ରିଲ ୨୫ରୁ ନିଖୋଜ ଥିଲେ। ଏନେଇ ସ୍ତ୍ରୀ ମାଳତି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ନିଖୋଜ ଶ୍ରୀରାମ ସିଂଙ୍କୁ ଖୋଜାଖୋଜି କରିଥିଲା। ଏହାପରେ ପୋଲିସକୁ ଗୋଟିଏ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଶ୍ରୀରାମଙ୍କ ଘର ଭଡ଼ା ନେଇଥିବା ଭଡ଼ାଟିଆ ଉପରେ ପୋଲିସ ସନ୍ଦେହ କରିଥିଲା। ଅଧିକ ତଦନ୍ତ କରାଯିବାରୁ ଭଡାଟିଆ ଶ୍ରୀରାମଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଥିଲା।
ଅଭିଯୁକ୍ତ ଏପରି କାଣ୍ଡ ଘଟାଇବାର ମୁଖ୍ୟ କାରଣ ହେଲା ଅଭିଯୁକ୍ତ ଏକ କମ୍ପୁଟର ଦୋକାନ କରିଥିଲା ତାହାର ନିକଟରେ ଏକ ମହିଳା ମଧ୍ୟ ଦୋକାନ କରିଥିଲେ। ସମୟକ୍ରମରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେମାନଙ୍କ ଅନୈତିକ ସମ୍ପର୍କ ବିଷୟରେ ଘର ମାଲିକ ଜାଣିବା ପରେ ତାଙ୍କୁ ବହୁତ ଗାଳିଗୁଲଜ କରିଥିଲେ। ତେଣୁ ତାହାର ବଦଲା ନେବା ପାଇଁ ଅଭିଯୁକ୍ତ ଜଣଙ୍କ ଏପରି କାଣ୍ଡ ଘଟାଇଥିଲା।