ନଡ଼ାଙ୍କ ଗସ୍ତରେ ବିଜେପିର ବିଶାଳ ଜନ ସମାବେଶ । ରବିବାର ଓଡିଶାରେ ପହଞ୍ଚିଥିଲେ ରାଷ୍ଟ୍ରୀୟ ସଭାପତି ଜୟ ପ୍ରକାଶ ନଡ଼ା। ଏଥିପାଇଁ ବ୍ରହ୍ମପୁର ଅମ୍ବପୁଆ ବିବେକ ବିହାର ଠାରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ଏଥିସହ ବିଜେପିର ବିଶାଳ ଜନ ସମାବେଶ ଦେଖିବାକୁ ମିଳିଥିଲା ।
ସେହି ସମାବେଶରେ ସମସ୍ତ ଦଳୀୟ କର୍ମୀଙ୍କ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଜନସାଧାରଣ ଆସି ଏକାଠି ହୋଇଥିଲେ । ତେବେ ସଭା ସ୍ଥଳର ମୂଖ୍ୟ ଆକର୍ଷଣ ଥିଲେ କେନ୍ଦ୍ର ବିଜେପିରୁ ଆସିଥିବା ରାଷ୍ଟ୍ରୀୟ ସଭାପତି ଜୟ ପ୍ରକାଶ ନଡ଼ା। ଯାହାଙ୍କର ଭାଷଣରେ ସମସ୍ତ ଜନତା ଉତ୍ ଫୁଲିତ ହୋଇ ଉଠିବା ସହ ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ବିଜେପି ଜିନ୍ଦାବାଦ କହିବା ସହିତ କରତାଳି ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।
ଉକ୍ତ ସମାବେଶରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜୟ ପ୍ରକାଶ ନଡ଼ା, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା,ବ୍ରହ୍ମପୁର ସାଂସଦୀୟ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ। ତେବେ ଶ୍ରୀ ନଡ଼ା ସାରା ଓଡ଼ିଶାରେ ବିଜେପିକୁ ବିଜୟ କରିବା ସହ ଗଞ୍ଜାମ ଜିଲ୍ଲାର ସଂସଦୀୟ ପ୍ରାର୍ଥି ପ୍ରଦୀପ କୁମାର ପାଣିଗ୍ରାହୀ ଓ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ସମେତ ଅନ୍ୟ ସମସ୍ତ ବିଧାୟକ ମାନଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ଦେଇ ବିପୁଳ ସଂଖ୍ୟlରେ ବିଜୟ କରାଇ ଓଡ଼ିଶାରେ ଏକ ଦୁର୍ନୀତି ମୁକ୍ତ ସରକାର ଗଠନ ସହିତ ଗୁମାସ୍ତା ସରକାରର ଅନ୍ତ ଘଟାଇବା ପାଇଁ ନିବେଦନ କରିଥିଲେ।