କଟକ ବାରବାଟୀରୁ ଲଢ଼ିବେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ବାପାଙ୍କ ପରେ ଝିଅ ସେହି ଗାଦିକୁ ସମ୍ଭାଳିବା ପାଇଁ କଂଗ୍ରେସ ତାଙ୍କୁ ବାରବାଟୀର ପାର୍ଥିନି ଭାବେ ଚୟନ କରିଛି। ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି।
ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ। ସମ୍ବଲପୁର ଲୋକସଭା ଆସନରେ ବିଜେଡିରୁ ଆସିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପକ୍ଷରେ କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହୋଇଛନ୍ତି। ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଥିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସୋଫିଆଙ୍କୁ ଟିକେଟ ମିଳିଛି। ସେହିପରି ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ, ଜଗତସିଂହପୁର ଆସନରୁ ପ୍ରତିମା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି କଂଗ୍ରେସ।