ଜବତ ହେଲା ୧୬ ହଜାର ବୋତଲ ବେଆଇନ କପ ସିରଫ । ଲଗାତାର ଭାବେ ବଢି ଚାଲିଛି ବେଆଇନ କପ ସିରଫ ଚୋରା ଚାଲାଣ । ପୋଲିସକୁ ଚକ୍ମା ଦେଖାଇ କପ ସିରଫ ଚୋରା ଚାଲାଣ କରାଯାଉଛି । ଶେଷରେ ଧରିଲା ପୋଲିସ। ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତା କୃଷକ ବଜାର ନିକଟରୁ ଜବତ ହୋଇଛି ବିପୁଳ ପରିମାଣର କପ ସିରଫ । ଏଥିସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ,ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତା କୃଷକ ବଜାର ନିକଟରେ ନିର୍ବାଚନ ଚେକିଂ ବେଳେ ଗାଡିକୁ ଜବତ କରିଥିଲା । ଏହାପରେ ଗାଡି ଭିତରୁ ୧୬ ହଜାର ୬୦୦ ବୋଲତ କଫ ସିରଫ ସହ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା, ୭ଟି ମୋବାଇଲ ଏବଂ ବାଇକ ଓ କାର୍ ଜବତ କରିଛି ପୋଲିସ। ବିପୁଳ ପରିମାଣର କଫ ସିରଫ ଜବତ ପରେ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୁରୀ ସହର କୁ ନଶାମୁକ୍ତ ରଖିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।