ବୁଧବାର ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ରାହୁଲ। ବିପୁଳ ପରିମାଣରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବେନି ବୋଲି ରାହୁଲ କହିଛନ୍ତି ।
କଂଗ୍ରେସ ସରକାରକୁ ଆସିଲେ ଜାତି ଜନଗଣନା ହେବ। ଜୁନ ୪ରେ ଦିଲ୍ଲୀରେ ଇଣ୍ଟି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବ କଂଗ୍ରେସ। ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ୮୫୦୦ ଟଙ୍କା ମହିଳାଙ୍କୁ ଦିଆଯିବ। ବର୍ଷକୁ ୧ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାରା ଦେଶରେ ବନ୍ଦ ହୋଇପଡିଥିବା କାରଖାନା ସବୁ ଚାଲୁ କରାଯିବ। ଏଥିସହ ସରକାର ଆସିଲେ କଂଗ୍ରେସ ୩୦ଲକ୍ଷ ସରକାରୀ ଚାକିରି ଦେବ ବୋଲି ରାହୁଲ କହିଛନ୍ତି ।