ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଏବିଇଓଙ୍କର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଯାଜପରୁ, ଭୁବନେଶ୍ୱର, ଗଞ୍ଜାମରେ ଚଢ଼ଉ ହେଉଛି ।
ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ପି. ନୂଆଗାଁରେ ଥିବା ଦୁଇ ମହଲା କୋଠା, ଅନ୍ୟ ଏକ କୋଠା, ବୁରୁଝରିଠାରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକାସ୍ଥିତ ଭଡ଼ା ଘର ଏବଂ କାର୍ଯ୍ୟାଳୟରେ ତଲାସି କରାଯାଇଛି ।
ଚଢ଼ଉ ସମୟରେ ତାଙ୍କର ଖଲ୍ଲିକୋଟ, କୋଦଳା ଏବଂ ଭୁବନେଶ୍ୱରରେ ୧୯ଟି ଦାମୀ ପ୍ଲଟ୍, ଏକାଧିକ କୋଠା ଥିବା ଜଣାପଡ଼ିଛି । ତା ସହିତ ଘରୁ ସୁନା, ରୁପା ଓ ହୀରା ଅଳଙ୍କାର, ରୁପାର ଗିଲାସ, ଚାମଚ ଏବଂ ଗିନା ଆଦି ଜବତ କରାଯାଇଛି । କେତେ ପରିମାଣ ସମ୍ପତ୍ତି ଅଛି ସେ ନେଇ ଆକଳନ କରାଯାଇ ନାହିଁ ।