ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ଅଞ୍ଚଳର ନିର୍ଭିକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଏକ ସଙ୍ଗଠନ, ତିର୍ତ୍ତୋଲ ପ୍ରେସ କ୍ଳବ୍ ର ଦ୍ୱୀବାର୍ଷିକ ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଗତ ରବିବାର ଦିନ ସଂଧ୍ୟାରେ ତିର୍ତ୍ତୋଲସ୍ଥିତ ଆନନ୍ଦ ମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ତିର୍ତ୍ତୋଲ ପ୍ରେସ କ୍ଳବ୍ ର ପ୍ରତିଷ୍ଠାତା ସଭାପତି ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବରିଷ୍ଟ ଆଇନଜୀବି ଦେବସ୍ନାନ ଦାସ ଙ୍କୁ ମୂଖ୍ୟଉପଦେଷ୍ଟା ଓ ଆଇନ ପରାମର୍ଶଦାତା ଭବେ ମନୋନୀତ କରଯାଇଥିବା ବେଳେ, ରମାକାନ୍ତ ରାଉଳ ଙ୍କୁ ମାର୍ଗଦର୍ଶକ ଭବେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ନୂତନ କର୍ମକର୍ତ୍ତା ଭାବେ ସଭାପତି ଶରତ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସଧାରଣ ସମ୍ପାଦକ ଗୌରାଙ୍ଗ ସ୍ଵାଇଁ, ସହସମ୍ପାଦକ ଭାଗବତ ପ୍ରସାଦ ଓ କୈଳାସ ବେହେରାଙ୍କୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ କରଯାଇଥିଲା । ବରେଣ୍ୟ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଭାବରେ ସାମ୍ୱାଦିକ ଭୈରବ ବ୍ରହ୍ମ, ସାମ୍ୱାଦିକ ଦୀପ୍ତିମୟୀ ବିଶ୍ୱରଂଜନ ସେଠୀ, ସମାଜସେବୀକା ସ୍ନେହମୟୀ ଆଚାର୍ଯ୍ୟ, ସାମ୍ୱାଦିକ ରମାକାନ୍ତ ଦାଶ, ସାମ୍ୱାଦିକ ମନୋଜ ଦାସ, ସାମ୍ୱାଦିକ ପ୍ରଦୀପ୍ତ କୁମାର ସ୍ଵାଇଁ, ସାମ୍ୱାଦିକ ବସନ୍ତ କୁମାର ସାହୁ, ସାମ୍ୱାଦିକ ପ୍ରଦୀପ କୁମାର ଦାସ ଓ ସାମ୍ୱାଦିକ ପଦ୍ମଲୋଚନ ଦାସ ଙ୍କୁ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଭାବରେ ଗ୍ରହଣ କରାଯିବା ପରେ, ସମସ୍ତଙ୍କୁ ମା ଶାରଳା ଙ୍କ ଉତ୍ତରୀୟ ଓ ମାଲ୍ୟାର୍ପଣ କରଯାଇ ,ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଦାସ, ଶେଖ ସନାୱର ଅଲ୍ଲୀ, ନଳିନୀକାନ୍ତ ମଲ୍ଲିକ, ପ୍ରମୁଖ ସକ୍ରିୟ ସଦସ୍ୟ ଭାବରେ ମନୋନୟନ କରାଯାଇଥିଲେ ।
ପ୍ରତ୍ୟେକ ସାମ୍ବାଦିକ ନିର୍ଭିକ,ନିରପେକ୍ଷ ଓ ସତ୍ୟ ଉପରେ ଆଧାରିତ ସମ୍ବାଦ ପରିବେଷଣ କରିବା ସହିତ ,ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟାରେ ପଡି ରହି, ଯନ୍ତ୍ରଣାରେ ଜର୍ଜରିତ ହେଉଥିବା, ଅସହାୟ ଲୋକମାନଙ୍କ ସେବାରେ ନିଜ ନିଜକୁ ନିୟୋଜିତ କରିବା ପାଇଁ, ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପରେ, ତିର୍ତ୍ତୋଲ ପ୍ରେସ କ୍ଳବ୍ର ର ୨୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ଏଥିପାଇଁ ଆନନ୍ଦ ମଣ୍ଡପରେ ରୌପ୍ୟ ଜୟନ୍ତି ପାଳନ ଉପଲକ୍ଷେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସମ୍ବାଦ, ସମ୍ବାଦପତ୍ର ଓ ସାମ୍ବାଦିକତା ସମ୍ପର୍କରେ ଆଗ୍ରହୀ ଲେଖକ ଲେଖିକା ମାନେ ଆସନ୍ତା ଜୁନ ମାସ ଶେଷସୁଦ୍ଧା ନିଜନିଜର ଲେଖାକୁ ସମ୍ପାଦକ ଗୌରାଙ୍ଗ ସ୍ୱାଇଁଙ୍କ ନିକଟରେ ଡାକଯୋଗେ ବା ଇମେଲ ଠିକଣାରେ ପଠାଇବାକୁ ମଧ୍ୟ ତିର୍ତ୍ତୋଲ ପ୍ରେସ କ୍ଳବ୍ ର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି ।