ଯାଜପୁର : ଫିଲ୍ମ ଷ୍ଟାଇଲରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ହରିଚନ୍ଦନପୁର ଗାଁରୁ ସାମ୍ନାକୁ ଆସିଛି। ଅପହରଣ ଉଦ୍ୟମ ବେଳେ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଜବରଦସ୍ତି ଉଠାଇ ନେବାକୁ ଚେଷ୍ଟା କରୁଥିଲେ। ତେବେ ମହିଳା ଜଣକ ପାଟି କରିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପହରଣକାରୀଙ୍କୁ ଘେରି ଯାଇଥିଲେ ଏବଂ ବନ୍ଧୁକ ସହ ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି।