୪୦ କ୍ୱିଣ୍ଟାଲ ଖଇର କାଠ ଜବତ କରିଛି ବନ ବିଭାଗ। ତେବେ କଣ୍ଟାବାଞ୍ଜିର ଧୂମସୁ ଗାଁ ନିକଟରେ ଏହି ଚଢ଼ାଉ କରିଛନ୍ତି ବନ ବିଭାଗ। ଏପରିକି ସେଠାରେ ଚୋରା କାମରେ ବ୍ୟବହୃତ ଏକ ଟ୍ରକ, ପିକଅପ ଭ୍ୟାନ ଓ ଏକ ବାଇକକୁ ଜବତ କରିଛନ୍ତି। ତେବେ ଏହି ଚଢ଼ାଉ ବେଳେ କାଠ ମାଫିଆ ମାନେ ଫେରାର ହୋଇଯାଇଥିଲେ।
ସୂଚନା ଅନୁସାରେ, କଣ୍ଟାବାଞ୍ଜି ଧୂମସୁ ଗାଁ ନିକଟରେ ବେଆଇନ ଭାବେ ଚୋରା କାଠ ବ୍ୟବସାୟ ହେଉଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ କହାଵର ମିଳିଥିଲା। ଏହାପରେ କଣ୍ଟାବାଞ୍ଜି ରେଞ୍ଜରଙ୍କ ନିର୍ଦେଶ କ୍ରମେ ବନ ବିଭାଗର ଅଧିକାରୀମାନେ ଧୂମସୁ ଗାଁ ନିକଟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବନ ବିଭାଗ ସେଠାରୁ ୪୦ କ୍ୱିଣ୍ଟାଲ ଖଇର କାଠ ଜବତ କରିଛନ୍ତି। ଏହା ସହିତ ଚୋରା କାମରେ ବ୍ୟବହୃତ ଏକ ଟ୍ରକ, ପିକଅପ ଭ୍ୟାନ ଓ ଏକ ବାଇକକୁ ଜବତ କରିଛନ୍ତି। ତେଣୁ ଏହି ଘଟଣା ବାବଦରେ ଅଧିକ ଛାନଭିନ କରୁଛନ୍ତି ବନବିଭାଗ।