ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର୍ ଶୋରରେ ଚାଲିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଭୋଜପୂର ସ୍ଥିତ କଲେଜ ପଡିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାୟକ, ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବିଜେପି ନେତା ଦୁଷ୍ମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଭିଭାଷଣ ରେ କହିଥିଲେ ଯଦି ବିଜେପି ସରକାର ଓଡ଼ିଶାରେ ଆସେ ତେବେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାକୁ ବୃଦ୍ଧି ସହିତ ପ୍ରତ୍ୟେକ ଘରକୁ ପିଇବା ପାଣି, ପ୍ରତ୍ୟେକ କୃଷିକ୍ଷେତ୍ରକୁ ପାଣି ଏବଂ ବାଧ୍ୟକ୍ୟ ଭତା ତିନି ହଜାର ଟଙ୍କାକୁ ବୃଦ୍ଧି କରାଯିବ ଆଉ ଏହା ହେଉଛି ମୋଦି ଗ୍ୟାରେଣ୍ଟି । ଏହି ବିଜୟ ସଂକଳ୍ପ ସମାବେଶ ରେ ଜମନକିରା ବ୍ଲକର ଶତାଧିକ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳରୁ ଆସିଥିବା ଶତାଧିକ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ ।
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୪ ବର୍ଷର ବିଜେଡି ସରକାର କୁଚିଣ୍ଡାକୁ ଅବହେଳିତ କରିଛି । ଏହି କୃଷିଭିତ୍ତିକ ଅଞ୍ଚଳରେ ଜମିକୁ ଜଳସେଚନ ହୋଇପାରୁ ନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି । ବିଶେଷ କରି ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ରାଜ୍ୟ ସରକାର ଦେଉନାହାନ୍ତି । ଏଥିସହ ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ ।
ଅଧିକ ପଢନ୍ତୁ : ଘରେ କଳାକନା ବୁଲାଇ ମାରିଲେ ଚମ୍ପଟ