ଝାରସୁଗୁଡ଼ାରେ ଜଣେ ବ୍ୟକ୍ତି ବଡ଼ ଧରଣର ସାଇବର ଠକେଇଇର ଶିକାର ହୋଇ ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି । ଭୂର୍କାମୁଡ଼ା ସ୍ଥିତ ବେଦାନ୍ତର ଏକ ସହଯୋଗୀ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨୦ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ । ଅଭିଯୋଗ ଅନୁସାରେ ବେଦାନ୍ତର ଏକ ଠିକା କମ୍ପାନୀରେ ଅଧିକାରୀ ଥିବା ଜଗଦୀଶ କେ. ଭାରଦ୍ବାଜ ଗୁଜୁରାଟ ସୁରାଟର ମୂଳ ବାସିନ୍ଧା ସେ ସମଲେଶ୍ବରୀ ହସ୍ପିଟାଲ ପାଖ କମ୍ପାନୀର ଏକ ଗେଷ୍ଟ ହାଉସରେ ରୁହନ୍ତି ।
କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ନିଜକୁ ମୁମ୍ବାଇ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେବା ସହିତ ମନି ଲଣ୍ଡରିଂରେ ତୁମ ଭୂମିକା ରହିଛି, ବହୁତ ଅସୁବିଧାରେ ପଡ଼ିଯିବ ବୋଲି ଭୟ ଦେଖାଇଥିଲା । ତେବେ ୨୦ଲକ୍ଷ ଟଙ୍କା ଦେଲେ ମାମଲା ରଫାଦଫା କରିଦେବି ବୋଲି ସମ୍ପୃକ୍ତ ବ୍ୟକ୍ତିଜଣକ ଆଶ୍ବାସନା ଦେଇଥିଲା । ଏମିତିରେ ଅଭିଯୋଗକାରୀ ଆଇନ ଫାନ୍ଦରୁ ବଞ୍ଚିବା ଆଶାରେ ଉକ୍ତ ୨୦ଲକ୍ଷ ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରି ଦେଇଥିଲେ । ହେଲେ ଶେଷରେ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ : ବସ ଓ ଟ୍ରକ ମଧ୍ୟରେ ଧକ୍କା : ଯବାନ ଆହତ