ସମ୍ବଲପୁର ସହରର ଗୋବିନ୍ଦତୋଲା ଦୁର୍ଗାପୂଜା କମିଟିକୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ରିଲାଏନ୍ସ ଡିଜିଟାଲକୁ ସମ୍ବଲପୁର ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯଦି ରିଲାଏନ୍ସ ଡିଜିଟାଲ ଷ୍ଟୋର ଶୀଘ୍ର ନିର୍ଦେଶାନୁସାରେ କ୍ଷତି ପୂରଣ ନ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୁଚନା ଅନୁସାରେ, ୨୦୨୩ ଅଗଷ୍ଟ ମାସରେ ଦୁର୍ଗାପୁଜା କମିଟି ପକ୍ଷରୁ ରିଲାଏନ୍ସ ଡିଜିଟାଲରୁ ଏକ ଟିଭି କିଣାଯାଇଥିଲା। ଟିଭି କିଣିବାର ୭ଦିନ ମଧ୍ୟରେ ଟିଭିଟି ଖରାପ ହୋଇଯାଇଥିଲା। ଏନେଇ ରିଲାଏନ୍ସ ଷ୍ଟୋରକୁ ଜଣାଇବା ପରେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ସମ୍ବଲପୁର ଖାଉଟି ଅଦାଲତ ହୋଇଥିବା ଅଭିଯୋଗ ଉପରେ ବିଚାର କରି ରିଲାଏନ୍ସ ତିଜିଟାଲକୁ ଗୋବିନ୍ଦତୋଲା ଦୁର୍ଗାପୂଜା କମିଟିକୁ ଟିଭି ବାବଦକୁ ୮୯୯୦ଟଙ୍କା ଏବଂ କ୍ଷତିପୂରଣ ପାଇଁ ୫୦ହଜାର ଟଙ୍କା ସହ ୧୦ହଜାର ଟଙ୍କା ଓକିଲ ବାବଦ ଖର୍ଚ୍ଚ ଦେବାକୁ ନିର୍ଦେଶ ଦେଇଛନ୍ତି।