ସମ୍ବଲପୁର ଠାରେ ମହାନଦୀ ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦ୍ୱ।ରିକା ପ୍ରସାଦ ନାୟକ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏପରିକି ଏହି ମହାନଦୀ ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଗଣେଶ ରାମ ନାହାକ,ସମ୍ମାନିତ ଅତିଥି ଭାବରେ ଶୀକ୍ଷାବିତ ଅରବିନ୍ଦ ମହାପାତ୍ର ଯୋଗ ଦେଇଥିଲେ।
ଏହି ଅବସରରେ ସମ୍ବଲପୁର ଜିଲ୍ଲାର ବହୁ କବି ,କବିୟତ୍ରୀ, ସାହିତ୍ୟିକ ମାନେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟ ତଥା ନିଜ ନିଜର ଅଂଚଳରେ କୁହାଯାଉଥିବା ଭାଷା ଉପରେ କେନ୍ଦ୍ରମନ୍ତ୍ରୀ ବକ୍ତବ୍ୟ ରଖିଥିଲେ। ଏପରିକି ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଯୋଡିବା ପାଇଁ ସମର୍ଥନ ଏବଂ ପ୍ରୟାସ ରହିଛି ଓ ରହିବ ବୋଲି କହିଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କବିମାନେ ନିଜ ନିଜର କବିତା ଶୁଣାଇଥିଲେ। ଲେଖନି,କବିତା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସେଠାରେ ସମ୍ମାନିତ କରାଯାଇଥିଲା।