ଗାଡିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇମ୍ ସ୍କୁଆଡ ହାତରେ ଲାଗିଲା ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ସୁନା ଗାଡି । ଘଟଣାର୍ ସିଟି ଆଣ୍ଡ ଜିଏସଟି ଟିମର ତଦନ୍ତ ଜାରି । ସୁଚନା ଅନୁଯାୟୀ ନିର୍ବାଚନ କୁ ଦୃଷ୍ଟିରେ ରଖଇ ଓଡିଶା ପଶ୍ଚିମବଙ୍ଗ ସିମାନ୍ତରେ ଯାଞ୍ଚ ଚାଲିଥିବା ବେଳେ ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାମକ କମ୍ପାନୀର ଗାଡ଼ିକୁ ଅଟକ ରଖି ତଦନ୍ତ କରିଥିଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏବଂ ଗାଡିରେ ସୁନା ଥିବା ଜାଣିବାକୁ ପାଇଥିଲେ ।
ଏହାପରେ ଗାଡିକୁ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏବଂ ଥାନାରେ ପ୍ରାୟ ୬ ଘଣ୍ଟା ଅଟକ ରଖି ତଦନ୍ତ କରାଯାଉଥିବା ବେଳେ ଜିଏସଟି ତଦନ୍ତ ବେଳେ ଗାଡିରେ ସୁନା ଥିବା ଜାଣିବାକୁ ପାଇଥିଲେ । ଗାଡିକୁ ଜଳେଶ୍ଵର ପୋଲିସକୁ ହସ୍ତାନ୍ତର ପରେ ଥାନାରେ ପ୍ରାୟ ୬ ଘଣ୍ଟା ଧରି ଅଟକ ରଖି ତଦନ୍ତ କରୁଛି ପୋଲିସ । ଜିଏସଟି ଆସିଷ୍ଟେଣ୍ଟ କମିଶନର ରାକେଶ ମୁଦୁଲି ଆସି ସୁନାର ଜିଏସଟି କାଗଜ ପତ୍ର ଅଧିକ ତଦନ୍ତ କରୁଛି। ଏବଂ ଆନୁମାନିକ ଗାଡ଼ିରେ ୧୫ କେଜି ରୁ ଉର୍ଦ୍ଧ୍ବ ସୁନା ଥିବା ନେଇ ସନ୍ଦେହ କରାଯାଉଛି ।