କାର୍ରୁ ଜବତ ହେଲା ବିପୁଳ ପରିମାଣର ମଦ ପେଟି। ଭବାନୀପାଟଣା ଟାଉନ ଥାନା ପୋଲିସ ରାତିରେ ଚେକିଂ କରିବା ବେଳେ ଜବତ କରିଛି ଏହି ମଦ ପେଟି। ତେବେ କାରରୁ ପ୍ରାୟ ୩୮୮ ଲିଟର ବିଦେଶୀ ମଦ ଓ ୩୦ ହଜାର ୫୫୦ ଟଙ୍କା ଜବତ ହୋଇଛି। ଗାଡିରେ ଥିବା ବିପୁଳ ପରିଵାର ମଦ ଏବଂ ଗାଡିର କୌଣସି ସଠିକ କାଗଜପତ୍ର ନ ମିଳିବାରୁ କାରରେ ଥିବା ଦୁଇଜଣ ଯୁବକଙ୍କୁ ଗିରଫ କରିଛି ଭବାନୀପାଟଣା ଟାଉନ ଥାନା ପୋଲିସ।
ସୂଚନା ଅନୁସାରେ, ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ ମଧ୍ୟ ଜାରି ରହିଛି। ବିଶେଷ କରି ନିର୍ବାଚନ ସମୟରେ ଯେପରି ଟଙ୍କା କାରବାର ନହେବ ତାହା ଉପରେ ମଧ୍ୟ ନଜର ରଖାଯାଇଛି। ତେବେ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ଟାଉନ ଥାନା ପୋଲିସ ଚେକିଂ କରୁଥିଲେ। ସେହି ସମୟରେ ଏକ ଧଳା ରଙ୍ଗର ମାରୁତି ଏର୍ଟିଗା କାର୍ ବିପୁଳ ପରିମାଣର ମଦ ନେଇ ଯାଉଥିଲା। ପୋଲିସ କାରକୁ ଯାଞ୍ଚ କରିବା ପରେ କାରରୁ ପ୍ରାୟ ୩୮୮ ଲିଟର ବିଦେଶୀ ମଦ ଓ ୩୦ ହଜାର ୫୫୦ ଟଙ୍କା ଜବତ କରିଥିଲେ। ତେବେ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ। ତେବେ ଏହି ମଦ ଏବଂ ଟଙ୍କା ନିର୍ବାଚନରେ ବାଣ୍ଟିବାକୁ ନିଆ ଯାଉଥିବା ସନ୍ଦେହ କରାଯାଉଛି ।