ରାୟଗଡ଼ ଜିଲ୍ଲାରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଦ୍ଵାରା ଆୟୋଜିତ ଗତ ଦୁଇ ଦିନ ଧରି ଚାଲିଥିବା କାର୍ଗିଲ ବିଜୟ ଦିବସ ରାୟଗଡ଼ା ବିଜୁପଟ୍ଟନାୟକ ଅଡିଟୋରିୟମରେ ଏକ ଜନ ସଭା କରି ଉଦଯାପନ ହୋଇ ଯାଇଛି । ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଏକ ମଶାଲ ଯାତ୍ରାରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଏକ ପଦଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ପହଞ୍ଚିଥିଲେ । ଏହି ଠାରେ ଏକ ଜନସଭା ର ଆୟୋଜନ କରିବା ସହ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶାନ୍ତି ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଜାତୀୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା, ଆଦି ଉପସ୍ଥିତ ଥିଲେ । କାର୍ଗିଲ ବିଜୟ ଦିବସ ଆମପାଇଁ ସର୍ବଦା ସ୍ମରଣୀୟ ରହିବା ସହ ଉକ୍ତ ଯୁଦ୍ଧରେ ନିହତ ହୋଇଥିବା ବୀର ଯବାନ ମାନେ ଦେଶ ପାଇଁଯେଉଁ ବଳିଦାନ ଦେଇ ଯୁଗ ଯୁଗ ପାଇଁ ଅମର ରହିବା ସହ ଦେଶବାସୀଙ୍କ ହୃଦୟରେ ରହିବେ ବୋଲି ଜିଲ୍ଲା ବିଜେପି ଉପସଭାପତି ତଥା ରାୟଗଡ଼ ବାର ଆସୋସିଏସନ ସଭାପତି ପଦ୍ମନାଭ ଦାଶ କହିଛନ୍ତି ।