ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ଧର୍ମୀୟ ଭାବନା ଓ ଭକ୍ତିର ଚେତନା ସହ ନବାନ୍ନ ଖାଇ ପାଳିଛନ୍ତି ସାଧୁସନ୍ଥ। ଓଡିଶାର ପରମ୍ପରା ଓ ସଂସ୍କୃତି ସହ ମହିମା ଧର୍ମର କିମ୍ବଦନ୍ତୀ ଏବଂ ଐତିହ୍ୟ ଯାହା ପୃଥିବୀରେ ଅଦ୍ୱିତୀୟ। ମହିମା ଧର୍ମର ପାଞ୍ଚ ଧାମ ମଧ୍ୟରୁ କାମାକ୍ଷାନଗର ମଢିସାହିର ମହିମା ପୀଠ ଅନ୍ୟତମ। ଯେଉଁଠି ମହିମା ଧର୍ମାବଲମ୍ବୀ ମାନେ ବେଶ ଆନନ୍ଦ ଓ ଉଦ୍ଦୀପନା ସହ ନୂଆଖାଇକୁ ପାଳିଛନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢି ସାହିରେ ରହିଛି ବିଶ୍ବର ସବୁଠାରୁ ମହିମା ଧର୍ମର ପାଞ୍ଚ ଧାମ ମଧ୍ୟରୁ ଅନ୍ୟତମ ମହିମା ଗାଦି। ମହିମା ସ୍ୱାମୀଙ୍କ ଗ୍ରସ୍ତ ପରେ ୧୮୬୨ ମସିହାରେ ଚାଳ ଘର ପ୍ରଥମେ ଆରମ୍ଭ ହୋଇଥିଲା ମଢି ସାହିର ମହିମା ପୀଠ। ଯାହା ୧୮୭୫ ମସିହାରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ଅଦ୍ୟାବଧି ପ୍ରଭୁ ଅଲେଖ ମହିମାଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ଜାରି ରହିଛି। ପୀଠର ଅନ୍ୟତମ ଐତିହ୍ୟ ହେଉଛି ନୂଆଁଖାଇର ପ୍ରଥମ ନବାନ୍ନ ପ୍ରସ୍ତୁତ କରାଯାଇ ଜାତି ଓ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥାଏ। ଯାହା ଆବାହମାନ କାଳରୁ ପବିତ୍ର ଗଣପର୍ବ ନୂଆଁଖାଇକୁ ପୀଠରେ ପାଳନ କରାଯାଉଅଛି।
ପଶ୍ଚିମ ଓଡ଼ିଶାର ବଡ଼ ଗଣପର୍ବ ନୂଆଁଖାଇକୁ ନେଇ ଓଡ଼ିଶାର ସ୍ୱତନ୍ତ୍ରତା ରହିଛି। ତେବେ ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ସ୍ଥିତ ବିଶ୍ୱର ସବୁଠାରୁ ବଡ଼ ମହିମା ଗାଦିରେ ନୂଆଁଖାଇକୁ ପାଳନ ପରେ ମଢି ସାହିରେ ଆରମ୍ଭ ହୋଇଥାଏ ନୂଆଁଖାଇ ନବାନ୍ନ ଭୋଗ। ରାଜ୍ୟର କୋଣ ଅନୁକୋଣରୁ ମହିମା ଧର୍ମର ସାଧୁସନ୍ଥଙ୍କ ସମେତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସାମଗମ ଦେଖିବାକୁ ମିଳିଥାଏ। ପ୍ରଭୁଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ପରେ ଏକ ଅମୁଣିଆ ପାତ୍ରରେ ନବାନ୍ନ ପ୍ରସ୍ତୁତ ହୋଇଥାଏ। ପରେ ସାଧୁ ସନ୍ଥ ମାନେ ବିଶ୍ୱର କଲ୍ୟାଣ କରିବା ସହ ନବାନ୍ନ ଖାଇଥାନ୍ତି। ଏହି ପରମ୍ପରା କାହିଁ କେଉଁ ସମୟରୁ ଜାରି ରହିଛି। ଭାଇଚାରାର ଏହି ଗଣପର୍ବ ଶାନ୍ତି, ମୈତ୍ରୀ, ପ୍ରଗତିର ଶାନ୍ତି ବହନ କରିଥାଏ।