କନ୍ଧମାଳ ଜିଲ୍ଲାରେ ଭକ୍ତି ଭାବର ସହିତ ବିଘ୍ନ ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଛି। ଜିଲ୍ଲାର ସହର ନଗର ପୂର ପଲ୍ଲୀର ମଣ୍ଡପ,ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷା କେନ୍ଦ୍ରରେ ଶ୍ରୀ ଗଣେଶଙ୍କ ପୂଜା କରିଛନ୍ତି ଛାତ୍ରଛାତ୍ରୀ,ଶ୍ରଦ୍ଧାଳୁ। ଫୁଲବାଣୀର ଅନେକ ଅନୁଷ୍ଠାନରେ ଗଜାନାନଙ୍କ ପୂଜା ଅନୁଷ୍ଠିତ ହୋଇଛି। ସହରର ବିଭିନ୍ନ ଛକ,ସାହି ଓ କ୍ଲବ ତରଫରୁ ମଧ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଉଚ୍ଚ ମୂର୍ତ୍ତି ଓ ତୋରଣରେ ଝଲସି ଉଠୁଛି ମଣ୍ଡପ। ପୋଷ୍ଟାଲ ଛକର ସାଙ୍ଗ ସାଥି କ୍ଲବର ସୁଉଚ୍ଚ ଆକର୍ଷଣୀୟ ମୂର୍ତ୍ତି ଏବଂ ମେଢ଼ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ରଙ୍ଗୀନ ଆଲୋକରେ ଝଟକୁଛି ମଣ୍ଡପ ଓ ପୁରା ସହର। ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ ରାଇକିଆ କୋଟଗଡ଼,ଟିକାବାଲି,ଫିରିଙ୍ଗିଆ ସବୁଠି ଶ୍ରୀ ବିନାୟକଙ୍କ ପୂଜା ଜାକଜକମର ସହିତ ଭକ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି।