ପୁରୀ ଜିଲ୍ଳା ଗୋପ ସାରଡ଼ା ସ୍ଥିତ 'ମିଲ୍କ ମୁ’ ପ୍ଲାଣ୍ଟରେ ଯାଞ୍ଚ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ଲାଣ୍ଟ ପରିଦର୍ଶନକରିଛନ୍ତି ବିଭାଗୀୟ ମନ୍ତ୍ରୀ । ଦୁଗ୍ଦ ଜାତୀୟ ବିଭିନ୍ନ ସାମଗ୍ରୀର ନମୁନା ସଂଗ୍ରହ କରିବା ସହ ଏହା ସ୍ୱାସ୍ଥ୍ୟ ଉପଯୋଗୀ ନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ ଏହି କମ୍ପାନୀ ନିମ୍ନ ମାନର ସାମଗ୍ରୀ ବିକ୍ରି କରୁଥିବା ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଲୋକଙ୍କଠାରୁ ଅଭିଯୋଗ ପାଇଲା ପରେ ନିଜେ ମନ୍ତ୍ରୀ ଏହାକୁ ପରଖିବାକୁ ପହଂଚିଥିଲେ । ତେବେ ମନ୍ତ୍ରୀଙ୍କ ପରିଦର୍ଶନ ପରେ ସମସ୍ତ ତଦନ୍ତକୁ ସାମ୍ନା କରାଯିବ ବୋଲି କମ୍ପାନୀ ସାଧାରଣ ପରିଚାଳକ ରବୀନ୍ଦ୍ର ମହାରଣା କହିଛନ୍ତି ।