ନଷ୍ଟ ହେଲା ପୁଳାପୁଳା ଦେଶୀ ମଦ ଏବଂ ପୋଚ । ଅବକାରୀ ବିଭାଗ ପକ୍ଷରୁ ଆଜି ଭଗୁଆ ଓ ସାନ ଭାଗୁଆ ଗାଁ ନିକଟବର୍ତ୍ତୀ ଜଙ୍ଗଲ ରେ ଚଢାଉ କରାଯାଇ ବିପୁଳ ପରିମାଣ ର ଦେଶୀ ରନ୍ଧା ମଦ ଜବତ କରାଯିବ ସହ ପୋଚ଼ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂଙ୍କ ଉପସ୍ଥିତିରେ ଚଢାଉ କରାଯାଇ ୫୩୨୦ଲିଟର ପୋଚ୍ ନଷ୍ଟ କରାଯାଇଥିବା ବେଳେ ୪୩୪୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚଢାଉ ରେ ଅବକାରୀ ନିରୀକ୍ଷକ ଅଭିରାମ ସାହୁ,ହେମନ୍ତ ମହାନଦିଆ,ରଙ୍କନିଧି ମଲ୍ଲିକ, କମଳ ଲୋଚନ ପାଇକରାୟ ,ଅରୁଣ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ
ଅଧିକ ପଢନ୍ତୁ: ସୁନାବେଶରେ ମାଁ ମଝିଘରିଆଣୀ