ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି । ଚଳିତ ବର୍ଷ ଚାରିଧାମ ଯାତ୍ରା ଅଧିକ ଦିବ୍ୟ ଏବଂ ଭବ୍ୟ ହେବ ବୋଲି ଅନୁମାନ କରାଯାଉଛି । ଏହି ଚାରିଧାମ ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଯାଇଛି । ଶ୍ରଦ୍ଧାଳୁମାନେ କିପରି ଶୃଂକାଳର ସହ ଚାରିଧାମ ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଶେଷ କରି କେଦାର ନାଥ ଧାମକୁ ଭିଆଇପି ଗସ୍ତକୁ କମ୍ କରିବା ଉପରେ ଗୁରୁତ୍ୱାରୋପ କରି ଶାସନ ସଚିବଙ୍କୁ ଏକ ଚିଠି ଜାରି କରାଯାଇଛି ।
ଦୀର୍ଘ ୬ ମାସ ଧରି ବନ୍ଦ ରହିଥିବା ଉତ୍ତରାଖଣ୍ଡର ଚାରିଧାମ ଖୋଲିବାକୁ ଯାଉଛି । ଚାରିଧାମ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଚାରିଧାମ ଖୋଲିବା ମାତ୍ରେ ସେଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିବ । ଏହି ଭିଡକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି । ପ୍ରସ୍ତୁତିର ତଦାରଖ କରିବା ସହ ସୁରୁଖୁରୁରେ ଓ ସୁରକ୍ଷିତ ଚାରି ଧାମ ଯାତ୍ରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଜାଲିଆତିକୁ ରୋକିବା ପାଇଁ ସରକାରୀ IRCTC ଜରିଆରେ ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ଯୋଗାଇଦିଆଯିବ । ଏଥିପାଇଁ ଜନସାଧାରଣଙ୍କୁ ବୁକ କରିବାକୁ ଅନୁରୋଧ କରାଯାଇଛି ।