ନାମାଙ୍କନ ଦାଖଲ କରିବା ପୂର୍ବରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା'ଙ୍କ ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚିବେ।
ସୂଚନା ମୁତାବକ, ଆଜି ପାର୍ଥି ପତ୍ର ଦାଖଲ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ ସକାଳୁ ମା'ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା'ଙ୍କ ଆଶୀର୍ବାଦ ନେଇଛନ୍ତି। ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି। ସେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି। ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରୁଛି । ତୃଣମୂଳ ସ୍ତରରେ ନିଜର ଦୃଢ଼ ଦଖଲ ଓ ରାଜନୈତିକ ଦକ୍ଷତା ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱ ଲୋକଙ୍କ ହୃଦୟରେ ନିଜ ପାଇଁ ଜାଗା ବନାଉଛନ୍ତି।