ମା ମଝିଘରିଆଣୀ ପୀଠ ପ୍ରମୁଖ ଶକ୍ତି ପୀଠ ରହିଛି ରାୟଗଡାରେ । ମା ମଝିଘରିଆଣୀ ହେଉଛନ୍ତି ରାୟଗଡାର ଅଧିଷ୍ଟାତ୍ରୀ ଦେବୀ । ଦକ୍ଷିଣ ଓଡିଶାର ଏହା ଏକ ପ୍ରମୁଖ ଶକ୍ତି ପୀଠ ବୋଲି କୁହାଯାଇଥାଏ । କାରଣ ଏଠାରେ ସବୁବେଳେ ଭକ୍ତଙ୍କର ଗହଳି ଜମିଥାଏ । ଏଠାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଥାଏ । ମା ଙ୍କର ଦିବ୍ୟ ଲିଳା ଅତ୍ୟନ୍ତ ଅଲୌକିକ। ବିଶ୍ୱାସ ରହିଛି ଯେ ମାଙ୍କ ପାଖରେ ଆମେ ଯାହା ସଂକଳ ଜାଚି ଥାଉ ତାହା ପୂରଣ ହୋଇଥାଏ । ତେବେ ମାଙ୍କ ନାମ ମଝିଘରିଆଣୀ ନାମର ମଧ୍ୟ ଇତିହାସ ରହିଛି । ରାଜାଙ୍କ ଶାସନ କାଳରେ ରାଜଙ୍କର ଉଆସର ମଝି ଘରେ ମା ପୂଜା ପାଉଥିଲେ ସେଥିପାଇଁ ମାଙ୍କର ନାମ ମା ମଝିଘରିଆଣୀ ହୋଇଛି । ତେବେ ଆରମ୍ଭ ହୋଇଯାଉଛି ମାଙ୍କର ଯାତ୍ରା। କାଲିଠାରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ଆଜି ମାଁ ସୁନା ଅଳଙ୍କାରରେ ଅଳଙ୍କୃତ ହୋଇ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ସୁନାବେଶରେ ମାଁ ୫ଦିନ ଧରି ଦର୍ଶନ ଦେବେ ଭକ୍ତଙ୍କୁ । ତେବେ ଆଜି ମାଁଙ୍କ ଯାତ୍ରା ପାଇଁ କଳସ ଜଳଯାତ୍ରା ହୋଇଥିବା ବେଳେ ଝ୍ଞ୍ଜାବତି ନଦୀରୁ ଜଳ ଉଠାଇ ଏହି କଳସ ଯାତ୍ରା ସମାପନ ହୋଇଥିଲା । ସୁଦୂର ବ୍ରହ୍ମପୁରରୁ ୯ ଜଣ ପଣ୍ଡିତ ବ୍ରାହ୍ମଣ ଆସି ଏହି ପୂଜା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି ଯାତ୍ରାର ସମସ୍ତ ପରିଚାଳନା ଦାୟିତ୍ୱ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ହୋଇଛି। କାଲିଠାରୁ ମାଁ ଙ୍କ ୫ ଦିନିଆ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ଆରପାରିରେ ଓଡିଆ ଅଭିନେତା ଡଃ. ସଚ୍ଚି ଦାସ