ବିନା ସୂଚନାରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ଏଭଳି ଅବତରଣରେ ସନ୍ଦେହ ସୃଷ୍ଟି ହୋଇଥିଲା । ହେଲିକପ୍ଟର ଲ୍ୟାଣ୍ଡିଂ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ଏହି ଘରୋଇ ହେଲିକପ୍ଟର ଢେଙ୍କାନାଳ ସହର ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆ ଭିତରେ ଅବତରଣ କରିଥିଲା । ସନ୍ଦେହ ଜଣକ ଭାବେ ଅବତରଣ କରିଥିବା ହେଲିକପ୍ଟର ପାଇଁ ଢେଙ୍କାନାଳ ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଗ ପ୍ରତିକୂଳ ପାଇଁ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ମହିଷାପାଟ ସ୍ଥିତ ଇନ୍ଦିରାଗାନ୍ଧି ପଡିଆରେ ଜରୁରୀକାଳୀନ ଅବତରଣ କରିଥିଲା ।ହେଲିକପ୍ଟରରେ ତିନିଜଣ ବ୍ୟକ୍ତି ଥିଲେ।ହେଲିକପ୍ଟରଟି କେନ୍ଦୁଝର ବଡବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯିବାର ଥିଲା । ଭୁବନେଶ୍ୱରରେ ପାଗ ପ୍ରତିକୁଳ ଥିବାରୁ ଢେଙ୍କାନାଳ ମହିଷାପାଟ ପଡିଆରେ ଜରୁରୀ କାଳୀନ ଅବତରଣ କରିଥିଲା ବୋଲି ଫ୍ଲାଇଙ୍ଗ ସ୍କ୍ୱ।ର୍ଡ ମାଜିଷ୍ଟ୍ରେଟ କହିଛନ୍ତି।ସକାଳ ୬.୫୦ ମିନିଟ ସମୟରେ ହେଲିକପ୍ଟରଟି ଅବତରଣ କରିଥିଲା।ଏପଟେ ଅବତରଣ ପରେ ଏକ କାର ଯୋଗେ ୩ ଜଣ ବ୍ୟକ୍ତି ଭୁବନେଶ୍ୱର ଯାଇଥିବା ଜଣାପଡିଛି। ପ୍ରଥମେ ଏହି ହେଲିକପ୍ଟର ଅବତାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ମଧ୍ୟ ଜଣାଇଥିଲେ । ପରେ ଏହା ଜରୁରୀ ଅବତରଣ ବୋଲି ସ୍ପଷ୍ଟ ହୋଇଥିଲା ।
ଅଧିକ ପଢନ୍ତୁ :ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର