ଭୁବନେଶ୍ୱର : ରାଜଧାନୀରେ ଚାଲିଥିଲା ଧଳା ଜହର କାରବାର। ଧରିଲା ଅବକାରୀ ବିଭାଗ। ଭୁବନେଶ୍ୱରରୁ ଖୋର୍ଦ୍ଧା ବ୍ରାଉନ୍ ସୁଗାର ଚାଲାଣ ହେଉଥିବା ବେଳେ ମାଡି ବସିଲା ଅବକାରୀ ବିଭାଗ । ଭୁବନେଶ୍ୱର ରେଞ୍ଜ ୧ ଅବକାରୀ ଟିମ୍ ଚଢ଼ାଉ କରି ୨୯୦ ଗ୍ରାମ ବ୍ରାଉନ୍ ସୁଗାର ସହ ଏକ ଏର୍ଟିଗା କାର୍ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।
ସୂଚନା ଅନୁସାରେ ବିଜେବି ନଗର ଅଖଣ୍ଡଳମଣି ମନ୍ଦିର ନିକଟରେ ଚାଲିଥିଲା ବ୍ରାଉନ୍ ସୁଗାର ଚାଲାଣ । ଏକ ବିଶେଷ ସୂତ୍ରରୁ ଖବର ପାଇ ଏର୍ଟିଗା କାର୍କୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ିରୁ ବ୍ରାଉନ୍ ସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ବେଳେ ଏହି ନିଶା କାରବାରର ଚେର କେଉଁଆଡ଼େ ଲମ୍ବିଛି ଏବଂ ଏହି ରାକେଟ୍ ରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।