ମାଓବାଦୀ ସଂଗଠନକୁ ଲାଗିଛି ବଡ଼ ଝଟ୍କା। ରାଉରକେଲା-ଚାଇଁବାସା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ଜଣ ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମୁଣ୍ଡ ପିଛା ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ହୋଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଜୋନାଲ୍ କମିଟି ସଦସ୍ୟ ସାଲୁକା କାୟମ ଓରଫ ଭୁବନେଶ୍ୱର, ମରୁର ଓରଫ ଡାଙ୍ଗିଲ , ବିକ୍ରମ ଓରଫ ତୁବୁଇ, ଜୟରାମ, ମହିଳା ମାଓବାଦୀ ପିଙ୍କି, କୋଦୋ ମୁନି ଓରଫ ପଦ୍ମିନୀ ଏବଂ ଚାଇଁବାସା ନିବାସୀ ମାଓବାଦୀ ଅନିତା ।ଏମାନେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇ ଆସୁଥିଲେ।
ମାଓବାଦୀ ପଲିଟିବ୍ୟୁରୋ ସଦସ୍ୟ ହାଡକୋର ମାଓବାଦୀ ମିଶିର ବେଶ୍ରା ଆତ୍ମସମର୍ପଣ କରିବା ପରେ ଏହି ହାଡକୋର ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ ଆତ୍ମସମର୍ପଣ କରିବା ସହ AK-47, ଇନ୍ସାସ୍, ୨୨୭୬ ରାଉଣ୍ଡ ଗୁଳି ଜବତ କରାଯାଇଛି।
ଚାଇଁବସାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, କୋଲହାନ ଡିଭିଜନର ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା କହିଛନ୍ତି ଯେ ଅପରେସନ ନବଜୀବନ-III ଅନ୍ତର୍ଗତ ଏହି ଅଭୂତପୂର୍ବ ସଫଳତା ସହିତ, ପଶ୍ଚିମ ସିଂହଭୂମି ଜିଲ୍ଲା ନକ୍ସଲବାଦର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି।