ଭୁବନେଶ୍ୱର: ଆଜି ଲୋକସେବା ଭବନରେ ପୂର୍ବତନ ବିଧାୟକଗଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେଡ଼ିର ପୂର୍ବତନ ବିଧାୟକମାନେ ସାକ୍ଷାତ ହୋଇଛି । ଭତ୍ତା ବୃଦ୍ଧି, ଚିକିତ୍ସା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେଡ଼ି ନେତା ପ୍ରଦୀପ ଅମାତ, କୁସୁମ ଟେଟେ, ରମା ରଞ୍ଜନ ବଳିୟାର ସିଂ, ରଘୁନାଥ ସାହୁ, ଲଲିତେନ୍ଦୁ ମହାପାତ୍ର, ସୁବ୍ରତ ତରାଇ ଏବଂ ନାରାୟଣ ରେଡ୍ଡୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।