ଭୁବନେଶ୍ୱର: ଟ୍ୱିନ୍ ସିଟିବାସୀଙ୍କ ପାଇଁ ପାଣିପାଗକୁ ନେଇ ବଡ଼ ଅପଡେଟ୍। ଭୁବନେଶ୍ୱର ଓ କଟକ ପାଇଁ ୩ ଘଣ୍ଟିଆ ନୋକାଷ୍ଟ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଜି ଦିନ ୧ଟା ୩୦ରେ ଜାରି ହୋଇଥିବା ଚେତାବନୀ ଅନୁସାରେ, ଉଭୟ ସହରର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି।
ବିଶେଷକରି ଆଗାମୀ କିଛି ଘଣ୍ଟା ଟ୍ୱିନ୍ ସିଟି ପାଇଁ ସତର୍କ ରହିବାର ସମୟ। ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ପାଣିପାଗର ଗତିବିଧି ଉପରେ ନଜର ରଖିବାକୁ IMD ପରାମର୍ଶ ଦେଇଛି।
ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳ କିମ୍ବା ଦୁର୍ବଳ ଗଠନ ନିକଟରେ ରହିବାକୁ ଏଡ଼ାଇବା ଭଲ। ଅତ୍ୟାବଶ୍ୟକ ନଥିଲେ ଏହି ସମୟରେ ଯାତ୍ରା ନକରିବା ଏବଂ ପାଣିପାଗ ଦେଖି ନିଜ କାର୍ଯ୍ୟକ୍ରମ ଯୋଜନା କରିବାକୁ ମଧ୍ୟ ପରାମର୍ଶ ରହିଛି।