ବିଜେପି ରାଜ୍ୟ ପଦାଧିକାରୀ ବୈଠକ ସୋମବାର ଅନୁଷ୍ଠିତ ହେବାପାଇଁ ଯାଉଛି। ତେବେ ଏହି ବୈଠକ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜନ ହେବ। ତେବେ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଓଡ଼ିଶାରେ ପହଞ୍ଚିବା ପରେ ଆଗାମୀ ଦିନରେ ରାଜ୍ୟରେ ବିଜେପି ନିଶ୍ଚିତ ସରକାର ଗଢ଼ିବ ବୋଲି ଦୁଇ ନେତା ଦୃଢୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ତୋମାର କହିଛନ୍ତି, ଜଗନ୍ନାଥଙ୍କ ଭୂମିକୁ ଆସି ବହୁତ ଖୁସି ଲାଗୁଛି । ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପିର ହିଁ ସରକାର ହେବ। ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଜୀ'ଙ୍କ ନେତୃତ୍ୱରେ ବହୁତ ବିକାଶମୂଳକ କାର୍ଯ୍ୟ ହୋଇଛି। ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶ ମୂଳକ କାର୍ଯ୍ୟ ହୋଇଛି ।ତେଣୁ ଓଡ଼ିଶାରେ ବି ହେବ ଡବଲ ଇଞ୍ଜିନ ସରକାର। ତେଣୁ ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ ଏବଂ ସରକାର ଗଢିବା ପାଇଁ ଲଢ଼ିବ । ଏଥିସହ ରାମ ମନ୍ଦିର ପ୍ରଭାବ ଓଡିଶାରେ ମଧ୍ୟ ପଡିବ ।
ସୂଚନାଯୋଗ୍ୟଯେ, ସୋମବାର ହେବାକୁ ଥିବା ପଦାଧିକାରୀ ବୈଠକରେ ୨୦୨୪ ନିର୍ବାଚନ ନେଇ ରଣନୀତି ସମ୍ପର୍କିତ ଆଲୋଚନା ହେବ। ଏହା ସହ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ପରେ ପରେ ବିଜେପିର ବିଭିନ୍ନ ମୋର୍ଚ୍ଚା ସଭାପତି ଓ ପ୍ରଭାରୀଙ୍କ ସହ ମଧ୍ୟ ନିର୍ବାଚନ ପ୍ରଭାରିଙ୍କ ବୈଠକ ରହିଛି। ଏହା ସହ ସମସ୍ତ ଲୋକାବହ ପ୍ରଭାରୀଙ୍କ ସହ ଆଲୋଚନା କରିପାରନ୍ତି ନିର୍ବାଚନ ପ୍ରଭାରୀ। ଏହି ଅବସରରେ ଉଭୟ ନେତା କହିଛନ୍ତି ଓଡ଼ିଶାରେ ଏଥର ବିଜେପି ନିଶ୍ଚିତ ରୂପେ ସରକାର ଗଢ଼ିବ । ୮୦ ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ ରୁ ଅଧିକ ସାଂସଦ ମଧ୍ୟ ଜିତିକି ଆସିବେ।
ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ମୋଦି ଜୀ’ଙ୍କ ନେତୃତ୍ୱରେ ମହିଳାଙ୍କ କଲ୍ୟାଣ ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଛି।ତେଣୁ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳାମାନଙ୍କର ସବୁଠୁ ବଡ଼ ଅବଦାନ ରହିବ। ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବା ସହ ରାମ ମନ୍ଦିର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ। ଆମେ ଏଠି ସରକାର ଗଢିବାରେ ସମର୍ଥ ହେବୁ ବୋଲି ଲତା କହିଛନ୍ତି।
ରବିବାର ଦିନ ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥୀ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ପ୍ରଭାରୀ ଶ୍ରୀ ତୋମାର ଓ ସହ ପ୍ରଭାରୀ ଲତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ ସୋମବାର ଦିନ ପଦାଧିକାରୀ ବୈଠକରେ ଯୋଗ ଦେଇ ନିର୍ବାଚନ ରଣନୀତି ବିଷୟରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଅଧିକ ପଢନ୍ତୁ: ମିସେଲ୍ ଓବାମା ଲଢ଼ିପାରନ୍ତି ରାଷ୍ଟ୍ରପତି ନିର୍ବାଚନ!