ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ତାଲିକାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା। ଫଙ୍କସ ନ୍ୟୁଜ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଦାବିଦାର ଛାଡିପାରନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ପ୍ରାର୍ଥୀ ହୋଇପାରନ୍ତି।
ନିକଟରେ ସ୍ପେଶାଲ କାଉନସିଲ ରବର୍ଟ ହୁରଙ୍କ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହି ରିପୋର୍ଟ ଅନୁଯାୟୀ, ବାଇଡେନ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ ହୋଇପଡିଥିବାରୁ ସେ ନିର୍ବାଚନ ଲଢିବେ ନାହିଁ। କିନ୍ତୁ ବାଇଡେନ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି କି, ବୟସଜନୀତ କିଛି ଅସୁସ୍ଥତା ଦେଖିବାକୁ ମିଳିଛି । ଏହାର ଅର୍ଥ ଏହା ନୁହେଁ କି ସେ ନିର୍ବାଚନ ଲଢିବାକୁ ଅସମର୍ଥ ଅଛନ୍ତି। କେବଳ ରବର୍ଟ ହୁର ନୁହଁନ୍ତି ପୂର୍ବ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ମଧ୍ୟ ବାଇଡେନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି କି, ଏଭଳି ସ୍ଥିତିରେ ଯଦି ଡେମୋକ୍ରାଟିକ ପାର୍ଟି ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରେ ତେବେ ଏହାର ଫାଇଦା ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ। ତେଣୁ ମିଶେଲ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି।
ଅଧିକ ପଢନ୍ତୁ: ୧୪ରେ ଉଦ୍ଘାଟନ ହେବ ଆବୁଧାବିର ସୁବୁଠୁ ବଡ଼ ହିନ୍ଦୁ ମନ୍ଦିର