ପୋଖରୀରେ ବୁଲୁଛି ଅଜଣା ଜନ୍ତୁ । ଏହି ଅଜଣା ଜନ୍ତୁର ଆତଙ୍କ ଏବେ ଗାଁ ଲୋକଙ୍କ ନିଦ ହଜାଇ ଦେଇଛି । ସୂଚନା ଅନୁସାରେ , ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ଏହି ଗ୍ରାମର ପୋଖରୀରେ ଏକ ଅଜଣା ଜନ୍ତୁର ଭୟ ସବୁଆଡେ ଆତଙ୍କ ଖେଲାଇଛି । ହଠାତ୍ ଗତକାଲି ସନ୍ଧ୍ୟାରେ ଗ୍ରାମ ପୋଖରୀରେ ଏକ ଅଜଣା ଜନ୍ତୁ ପହଁରୁଥିବାର କିଛି ଲୋକେ ଦେଖିବାକୁ ପାଇଥିଲେ । ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ଠାରୁ ଗାଁ ଲୋକେ ଭୟଭିତ ହୋଇ ପୋଖରୀକୁ ଗାଧୋଇବାକୁ ଯାଉନାହାନ୍ତି । ତେବେ ପୋଖରୀ ଭିତରେ ବୁଲୁଥବା ଜନ୍ତୁଟିକୁ ଦୁରରୁ ଦେଖି ସ୍ପଷ୍ଟ ଭାବେ ଜାଣି ହେଉନାହିଁ । ଫଳରେ ଭୟ ବଢ଼ିବାରେ ଲାଗିଛି । ଏନେଇ ଗ୍ରାମବାସୀମାନେ ବନବିଭାଗ କର୍ମଚାରୀମାନଙ୍କ ପାଖକୁ ଯାଇଥିଲେ । ତେବେ ବନବିଭାଗ କର୍ମଚାରୀମାନେ ଅଜଣା ଜନ୍ତୁଟିକୁ ଚିହ୍ନଟ କରିପାରିନଥିଲେ । ଏହି ଜୀବଟି କେତେ କ୍ଷତିକାରକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଆଜି ପୁଣି ବନବିଭାଗ କର୍ମଚାରୀମାନେ ପୋଖରୀ ନିକଟରେ ପହଞ୍ଚି ଜୀବଟିକୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ । ଏପଟେ ଜନ୍ତୁଟି ଚିହ୍ନଟ ନ ହେବା ଯାଏ କେହି ପୋଖରୀକୁ ନ ଯିବାକୁ ଅଗ୍ନିଶମବାହିନୀ ପରାମର୍ଶ ଦେଇଛନ୍ତି ଏବଂ ଭୟଭୀତ ନ ହେବାକୁ କହିଛନ୍ତି ।
ଆଗକୁ ପଢନ୍ତୁ :- ହନ୍ତସନ୍ତ କରୁଛି ‘ମୋ ବସ୍’ ସେବା