କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ହେଲେ ଆଗକୁ ପୁଣି ଜାଳିବ ଖରା । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ତେବ ୨୬ ତାରିଖରେ ପୁଣି ଫେରିବ ଗ୍ରୀଷ୍ମ ଲହରୀ । ତା ସହିତ ୨୭ ତାରିଖରେ ରାଜ୍ୟର ଅଧା ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇପାରେ ବୋଲି କୁହାଯାଇଛି । ସେପଟେ ଗତକାଲି ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିଲା। କାଲି ଦିନ ଅଢ଼େଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ଥିଲା । ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ବାଲେଶ୍ୱରରେ ୪୦.୩ ଡିଗ୍ରୀ ରହିଛି ପାରଦ।
ଅନ୍ୟପଟେ ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି । ପାଣିପାଗ ବିଭାଗ କହିଛି ୨୭ ଯାଏଁ ତାତିରୁ ନିସ୍ତାର ନାହିଁ ! ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ । ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ, ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
ଅଧିକା ପଢନ୍ତୁ: ୧୬.୬%କୁ ବଢିଲା ମିଲେଟ ଦର