କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ବିଡିଓଙ୍କ ଗାଡି କୁଚିଣ୍ଡାକୁ ଫେରୁଥିବା ସମୟରେ କୌଣସି କାରଣରୁ ମନ୍ତ୍ରୀମୁଣ୍ଡା ଛକ ନିକଟରେ ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ବିଡିଓଙ୍କ ଗାଡିର ଚାଳକକୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।
ଅଧିକ ପଢ଼ନ୍ତୁ: ସଂକଟରେ ଗଜରାଜ: ବର୍ଷକୁ ମରୁଛନ୍ତି ୮୧ ହାତୀ