ଭୁବନେଶ୍ୱର: ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଗଜରାଜ । ହାତୀ ମୃତ୍ୟୁକୁ ନେଇ ଗୃହରେ ଆସିଛି ଉଦବେଗଜନକ ତଥ୍ୟ । ବର୍ଷକୁ ହାରାହାରି ୮୧ଟି ହାତୀର ମୃତ୍ୟୁ ହେଉଛି । ଏ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଉତ୍ତରରେ କହିଛନ୍ତି, ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ (ସର୍ବଶେଷ ଗଣନା) ଓଡ଼ିଶାରେ ବର୍ତ୍ତମାନ ୨୧୦୩ ଗୋଟି ହାତୀ ଥିବାର ଗଣନା କରାଯାଇଅଛି । ବିଗତ ତିନି ବର୍ଷର ତଥ୍ୟ ଅଧାରରେ ବର୍ଷକରେ ହାରାହାରି ୮୧ ଗୋଟି ହାତୀଙ୍କର ମୃତ୍ୟୁ ହେଉଅଛି ଏବଂ ମୃତ୍ୟୁର କାରଣ ହେଉଛି ଶିକାର, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଘଟଣା, ବିଭିନ୍ନ ପ୍ରକାର ରୋଗ, ଲୋକ ମାନଙ୍କର ପ୍ରତିଶୋଧ ମନୋଭାବ ଏବଂ ଅନ୍ୟାନ୍ୟ ପ୍ରାକୃତିକ କାରଣ ଯଥା: କଳହ, ପାହାଡରୁ ପଡି, ଦଳିହୋଇ, ବୟସାଧିକ ଇତ୍ୟାଦି ।