ବଲାଙ୍ଗୀର ରେ ଡାଇରିଆ ଆକ୍ରାନ୍ତ। ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁରେ ପ୍ରାୟ ୫୦ ରୁ ଅଧିକ ଲୋକ ଡ଼ାଇରିଆ ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଗତ ୫ଦିନ ହେଲା ଗାଁ ରେ ଚାଲିଥିଲା ଥିଲା ରାମଲୀଳା । ଏବଂ ସେଠାରେ ପ୍ରତିଦିନ ହୋଇଥାଏ ଅନ୍ନ ଭୋଗ ବଣ୍ଟନ ଭୋଜି। ପ୍ରତି ଦିନ ଭୋଜି ଖାଉଥିଲେ ଭକ୍ତ ମାନେ ହେଲେ ଗତ କାଲି ଠୁ ସମସ୍ତ ଙ୍କ ଦେହ ଅସୁସ୍ଥ ହେବl ସହ ଝlଡା ହୋଇଥିଲା । ଝାଡା ଫଳରେ ଧୀରେ ଧୀରେ ଅଚେତ ହୋଇ ପଡୁଥିଲେ ଲୋକେ। ତେବେ ଏ ନେଇ ଡାକ୍ତର ଙ୍କୁ ଜଣେ ପରେ ଜଣେ ଦେଖାଇଥିଲେ ଶେଷରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକ ଆକ୍ରାନ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ଅଣାଜାଇଥିବା ବେଳେ ବର୍ତ୍ତମାନ ୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଭୋଜି ଖାଇ କିମ୍ବା ପାଣି ପାଇଁ ଏଭଳି ହୋଇଥିବା କହିଛନ୍ତି ଆକ୍ରାନ୍ତଙ୍କ ପରିବାର ଲୋକ।
ଅଧିକା ପଢନ୍ତୁ: କୁଖ୍ୟାତ ଅପରାଧୀ ଗିରଫ