ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଧର୍ମଶାଳା ମିଡିଆ କ୍ଲବର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ। ଏହି ଦିବସ ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଏହି ସଭାରେ ଗଣ ମାଧ୍ୟମର ଗତି ଓ ଦୁର୍ଗତି ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।
ଏହି ସ୍ଵନକ୍ଷତ୍ର ଦିବସ ଅବସରରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ଜ୍ଵଳନ, ଜାତୀୟ ସଙ୍ଗୀତ ଗାନ ହେବ ପରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶାସ୍ତ୍ରୀୟ ନାଚ ଗୀତ ହୋଇଥିଲା। ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କ୍ଲବ୍ ସଭାପତି ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିବା ବେଳେ ମିଡିଆ କ୍ଲବ ଉପଦେଷ୍ଟା ବିମଳ ପତି ମଞ୍ଚ ପରିଚାଳନା, ମିଡିଆ କ୍ଲବ ସମ୍ପାଦକ ଆନନ୍ଦ ମହାରଣା ଅତିଥି ପରିଚୟ କରାଇଥିଲେ। ଅନ୍ୟ କର୍ମକର୍ତ୍ତା ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହୋଇଥିଲେ।
ସଭା ପ୍ରାରମ୍ଭରେ ଧର୍ମଶାଳା ବିଧାୟକ ଏହି ଉତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ, "ଗଣ ମାଧ୍ୟମ ସମସ୍ତ କଥାକୁ ସକାରାତ୍ମକ ଦୃଷ୍ଟିରେ ଦେଖିଲେ ସମାଜରେ ଏହାର ପ୍ରଭାବ ବଢିବ।" ସକଳ ପ୍ରତିବନ୍ଧକ ସତ୍ତ୍ୱେ ଗଣମାଧ୍ୟମ ତାର ମର୍ଯ୍ୟାଦା ହରାଇ ନାହିଁ ବୋଲି ଅନ୍ୟ ବକ୍ତାମାନେ ମତପ୍ରକାଶ କରିଥିଲେ। ତେବେ ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର କୁମର ବର ଦାସ ଯୋଗଦେଇ ଭାରତୀୟ ରାଜନୀତିରେ ଆଜିର ଗଣମାଧ୍ୟମ କିପରି ଦିଗହିନ ହୋଇ ପଡିବା ପାଇଁ କ୍ଷମତାସୀନବ୍ୟକ୍ତି ମାନେ ଉଦ୍ୟମ କରିଥାନ୍ତି ସେ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇ କହିଥିଲେ ଯେ, "ଯେ ପର୍ଯ୍ୟନ୍ତ ଗଣ ମାଧ୍ୟମ ଲୋକ ହିତରେ କାର୍ଯ୍ୟ କରୁଥିବ ସେ ପର୍ଯ୍ୟନ୍ତ ଏହା ସୂର୍ଯ୍ୟାଲୋକ ପରି ପ୍ରତିଭାତ ହେଉଥିବ।"
ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଅର୍ଗସ ଟିଭି ର ବରିଷ୍ଠ ସାମ୍ବାଦିକ ଶାନ୍ତିଭୂଷଣ ମିଶ୍ର, ନିଜ ଅନୁଭୂତିର ଉଦାହରଣ ଦେଇ ଗଣ ମାଧ୍ୟମ କିପରି ବିଭିନ୍ନ ପ୍ରତିକୁଳତା ସତ୍ତ୍ୱେ ତିଷ୍ଠି ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ବଡ ଖବରର ସଂପାଦକ ଅର୍ଧେନ୍ଦୁ ଦାସ ଯୋଗ ଦେଇ ଗଣ ମାଧ୍ୟମ କାହାର ଦୟାର ପାତ୍ର ହେବା ବୃତ୍ତି ପାଇଁ ବିପଦ ବୋଲି କହିଥିଲେ।
ଅଧିକ ପଢନ୍ତୁ: ପୋଲ ତଳକୁ ଖସିଲା ବାଇକ: ୨ ମୃତ