ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଫଟୋରେ ବେନ୍ ଷ୍ଟୋକ୍ସଙ୍କ ମୁହଁ ସମ୍ପୂର୍ଣ୍ଣ ରୂପରେ ବଦଳିଯାଇଛି । ନିକଟରେ ହୋଇଥିବା ସର୍ଜରୀ ପରେ ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମୁହଁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
କେବଳ ତାଙ୍କ ମୁହଁ ପରିବର୍ତ୍ତନ ହୋଇଛି ତାହା ନୁହେଁ ବରଂ ତାଙ୍କ ଶରୀରରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଥିବା ଦେଖାଯାଉଛି । କିଛି ମାସ ପୂର୍ବରୁ ତାଙ୍କ ମୁହଁର ସର୍ଜରୀ ହୋଇଥିଲା । ଇଂଲଣ୍ଡର ଅଧିନାୟକଙ୍କ ଫଟୋ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସେ ବର୍ତ୍ତମାନ କିଭଳି ଅଛନ୍ତି ତାହା ଜାଣିବା ପାଇଁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।
ଫଟୋରେ ଷ୍ଟୋକ୍ସଙ୍କ ଶରୀର ସମ୍ପୂର୍ଣ୍ଣ ପତଳା ଓ ମୁହଁ ପୂର୍ବର ଅପେକ୍ଷା ପତଳା ହୋଇଯାଇଥିବା ଦେଖା ଯାଉଛି । ଅନେକ ଡାକ୍ତରଙ୍କ କହିବା ଅନୁଯାୟୀ ସର୍ଜରୀ ପରେ ଏଭଳି ହେବା ସ୍ୱାଭାବିକ କଥା । ଏହି ଫଟୋ ସହ ଷ୍ଟୋକ୍ସଙ୍କ ପୁରୁଣା ଫଟୋ ମଧ୍ୟ ଭାଇରଲ ହେଉଛି, ସେ ପୂର୍ବରୁ କିଭଳି ଦେଖାଯାଉଥିଲେ ଓ ଏବେ ସର୍ଜରୀ ପରେ କିଭଳି ଦେଖାଯାଉଛନ୍ତି ।
ଷ୍ଟୋକ୍ସ, ଡରହାମ କାଉଣ୍ଟି କ୍ରିକେଟ କ୍ଲବରେ ଅଭ୍ୟାସ କରୁଥିବାବେଳେ ଆହତ ହୋଇଥିଲେ । ବଲ ଆସି ସିଧା ତାଙ୍କ ମୁହଁରେ ବାଜିଥିଲା, ଯାହାଫଳରେ ତାଙ୍କ ଗାଲର ହାଡରେ ଗଭୀର ଆଘାତ ଲାଗିଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଓ ନିଜ ଫଟୋ ସୋସିଆଲ ମିଡ଼ିଆରେ ଷ୍ଟୋରି ମଧ୍ୟ ଦେଇଛନ୍ତି ।