ନୂଆଦିଲ୍ଲୀ: ଆମେରିକାର ହ୍ୱାଇଟ୍ ହାଉସ୍ କରେସପଣ୍ଡାଣ୍ଟ ରାତ୍ରୀ ଭୋଜନରେ ଗୁଳିକାଣ୍ଡ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ କୋଲ୍ ଥମାସ ଆଲେନ୍ ଆକ୍ରମଣ ପୂର୍ବରୁ ଏକ ଇସ୍ତାହାର ପ୍ରକାଶ କରିଥିଲା । ଆଉ ସେଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଟାର୍ଗେଟ୍ ଏବଂ ତାର ଉଦ୍ଦେଶ୍ୟକୁ ଉଲ୍ଲେଖ ଥିଲା । କିନ୍ତୁ ଏହି ତାଲିକାରେ ଏଫବିଆଇ ନିର୍ଦ୍ଦେଶକ କାଶ୍ ପଟେଲଙ୍କ ନାମକୁ ବାଦ ଦିଆଯାଇଥିଲା।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆଲେନର ହିଟ୍ ଲିଷ୍ଟରେ ସମସ୍ତ ନାମୀଦାମୀ ବ୍ୟକ୍ତିଙ୍କ ନାମ ଥିବାବେଳେ କାଶ୍ ପଟେଲଙ୍କୁ କାହିଁକି ବାଦ୍ ଦିଆଯାଇଥିବା ତାହା ଉପରେ ଗମ୍ଭୀର ତର୍ଜମା ଚାଲିଛି । ଅଭିଯୁକ୍ତ ଆଲେନ୍ ଜଣେ ଖ୍ରୀଷ୍ଟିଆନ ବିରୋଧୀ ବ୍ୟକ୍ତି ଥିଲେ । କାଶ୍ ପଟେଲ ଜଣେ ହିନ୍ଦୁ ହୋଇଥିବାରୁ ସେ କେବଳ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରିଥିଲା । ଫଳସ୍ୱରୂପ, ଏହି କାରଣରୁ ତାଙ୍କ ନାମ ଅଲଗା କରାଯାଇଥିବା ଜଣାପଡ଼ିଛି। ତଥାପି ଏହା ଉପରେ କୌଣସି ସରକାରୀ ସ୍ପଷ୍ଟତା ଆସିନାହିଁ ।
ସେହିପରି ପଟେଲଙ୍କୁ ନିର୍ଦ୍ଦିଷ୍ଟ ଭାବରେ ବାଦ ଦେବାର ଆଉ ଏକ ପ୍ରମୁଖ କାରଣ ହେଉଛି ସେ ସିଧାସଳଖ କୌଣସି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚାହୁଁନଥିବା । ତଦନ୍ତରୁ ବର୍ତ୍ତିବାକୁ ସେ ଏହା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ ଘୋଷଣା ପତ୍ରରେ ଆହୁରି ଲେଖିଛି ଯେ ଆବଶ୍ୟକ ସ୍ଥଳେ ଗୁପ୍ତ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଟାର୍ଗେଟ୍ କରାଯିବା ଉଚିତ । ଯେପରିକି ହୋଟେଲ କର୍ମଚାରୀ କିମ୍ବା ଅତିଥିମାନଙ୍କୁ ପ୍ରାଥମିକ ଉଦ୍ଦେଶ୍ୟ ଭାବରେ ଟାର୍ଗେଟ କରାଯିବା ଉଚିତ ନୁହେଁ।
ଆଲେନ୍ ଆକ୍ରମଣ କରିବା ପୂର୍ବରୁ ଇସ୍ତାହାରରେ ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷମା ମାଗିଥିଲା। ତାଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତି ପାଇଁ ସେ ଆଗୁଆ କ୍ଷମା ପ୍ରାର୍ଥନା କରିଥିଲା । ତା ସହିତ ଏଥିରେ ସେ କୌଣସି କ୍ଷମା ପାଇବାକୁ ମଧ୍ୟ ଆଶାବାଦୀ ନଥିବା ଦର୍ଶାଇଛି ।
ତେବେ ଅଭିଯୁକ୍ତ ତଦନ୍ତରେ କୌଣସି ସହଯୋଗ କରୁନଥିବା ଆଟର୍ଣ୍ଣି ଜେନେରାଲ୍ ଟଡ୍ ବ୍ଲାଞ୍ଚ କହିଛନ୍ତି । ଯଦି ସେ ଏଭଳି ପ୍ରଦର୍ଶନ ଜାରି ରଖନ୍ତି ତେବେ ଆବଶ୍ୟକ ସ୍ଥଳେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ ବୋଲି ଏଜି କହିଛନ୍ତି ।