ନୂଆଦିଲ୍ଲୀ: ରାଘବ ଚଡ୍ଡାଙ୍କ ସହ ପାର୍ଟିର ସାତ ରାଜ୍ୟସଭା ସଦସ୍ୟ ବିଜେପିରେ ମିଶିବା ପରେ ବେଶ ଚିନ୍ତାରେ ପଡିଛି ଆମ୍ ଆଦମୀ ପାର୍ଟି । ପାର୍ଟି ଏବେ ପଞ୍ଜାବରେ ଦଳକୁ ବଞ୍ଚାଇବା ପାଇଁ ଜୁଟି ଯାଇଛି । ଆପର ପଞ୍ଜାବ ପ୍ରଭାରୀ ମନୀଷ ସିସୋଦିଆ ଏପ୍ରିଲ ୨୯ରେ ସମସ୍ତ ବିଧାୟକଙ୍କୁ ଜଳନ୍ଧର ଡକାଇଛନ୍ତି । ବ୍ଲକ ପର୍ଯ୍ୟବେକ୍ଷକ ଓ ଆଗ ଧାଡିର ସଂଗଠକ ପ୍ରମୁଖଙ୍କୁ ମଧ୍ୟ ଡକାଯାଇଛି । ମିଟିଂରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଯୋଗ ଦେବେ । ଏହି ବୈଠକରେ ବିଧାୟକଙ୍କ ମନରେ କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରିବ ଆପ୍ । ପଞ୍ଜାବରେ ଏମିତି ଅନେକ ବିଧାୟକ ଅଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ ଅଛନ୍ତି ।
ପଞ୍ଜାବରେ ଆପର ୯୨ରୁ ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ମନ୍ତ୍ରୀ ପଦ ନ ମିଳିବା କିମ୍ବା ଅନ୍ୟ କୌଣସି କାରଣ ନେଇ ସେମାନେ ଦଳ ପ୍ରତି ଖପ୍ପା । ଗୁଜରାଟ ଗସ୍ତକୁ ମଝିରେ ଛାଡି ଫେରିଥିବା ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହିତ ବୈଠକ କରି ପାର୍ଟିକୁ ଭବିଷ୍ୟତର କ୍ଷତିରୁ ବଞ୍ଚାଇବା ପାଇଁ ଆଲୋଚନା ହୋଇଛି । ପାର୍ଟିର ନେତା ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଏବଂ ସିସୋଦିଆଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି ।
ବିଗାଡି ପାରନ୍ତି ରାଘବ ଚଡ୍ଡା ଓ ସନ୍ଦୀପ ପାଠକ
ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଆପ୍ ଛାଡି ବିଜେପିରେ ମିଶିବା ସମୟରେ କହିଥିଲେ ଯେ, ୬୦ରୁ ଅଧିକ ବିଧାୟକ ତାଙ୍କ ଯୋଗାଯୋଗରେ ଅଛନ୍ତି । ସନ୍ଦୀପ ପାଠକ ମଧ୍ୟ ବିଜେପିରେ ମିଶିଛନ୍ତି । ସେର ପଞ୍ଜାବରେ ଆପର ରଣନୀତିକାର ଥିଲେ । ସନ୍ଦୀପ ପାଠକ ବିଧାନସଭାର ପ୍ରତିଟି କ୍ଷେତ୍ରରେ ଟିମ୍ ଲଗାଇଥିଲେ । ସେ ପଞ୍ଜାବର ପ୍ରତିଟି ବିଧାୟକଙ୍କ ମନୋଭାବ ଜାଣିଛନ୍ତି । ଏମିତିରେ ସେ ପଞ୍ଜାବରେ ଆପ୍ ଭାଙ୍ଗିବାରେ ବଡ କାରଣ ହୋଇ ପାରନ୍ତି ।
Also Read: ଆଉ ୫-୭ ଦିନର ବଞ୍ଚିଛି ତେଲ, ସ୍ଥିତି ଗମ୍ଭୀର; ଦେଶରେ ଚାଲିଛି ଲକଡାଉନର ପ୍ରସ୍ତୁତି