ନୂଆଦିଲ୍ଲୀ: ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଶ୍ରୀଲଙ୍କାର ଅଲରାଉଣ୍ଡର କାମିନ୍ଦୁ ମେଣ୍ଡିସ ଆଇପିଏଲରେ ପଦାର୍ପଣ କରିଛନ୍ତି । ତାଙ୍କ ଦଳ ହାଇଦ୍ରାବାଦ ମ୍ୟାଚ୍ ହାରିଥିଲେ ମଧ୍ୟ ମେଣ୍ଡିସ ପ୍ରଥମ ମ୍ୟାଚରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ସେ ମ୍ୟାଚରେ କେତେବେଳେ ବାମହାତ ତ କେତେବେଳେ ଡାହାଣ ହାତରେ ବୋଲିଂ କରୁଥିଲେ । ଗୋଟିଏ ୱିକେଟ୍ ମଧ୍ୟ ସେ ହାସଲ କରିଛନ୍ତି । ବ୍ୟାଟିଂରେ ସେ ଦମଦାର ୨୭ ରନ କରିଥିଲେ । ମେଣ୍ଡିସ ଆଇପିଏଲ୍ ଡେବ୍ୟୁ କରି ଇତିହାସ ରଚିଛନ୍ତି । ଆଇପିଏଲ ଇତିହାସରେ ଦୁଇ ହାତରେ ବୋଲିଂ କରିବାରେ ସେ ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି । ତେବେ ଆଇପିଏଲକୁ ନେଇ ମେଣ୍ଡିସ ଏତେ ଉତ୍ସାହିତ ଯେ, ସେ ବିଦେଶରେ ନିଜର ହନିମୁନ ଯୋଜନା ବାତିଲ କରି ଦେଲେ ।
କାମିନ୍ଦୁ ମେଣ୍ଡିସ ଗତ ମାସ ମାର୍ଚ୍ଚ ୩ ତାରିଖରେ ନିଜର ପ୍ରେମିକା ନିଶନୀଙ୍କୁ ବିବାହ କରିଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ଥିଲେ । ତେବେ ଆଇପିଏଲକୁ ନେଇ ମେଣ୍ଡିସ ଏତେ ଉତ୍ସାହିତ ଯେ, ନିଜର ହନିମୁନ ଯୋଜନା ବାତିଲ୍ କରି ଦେଲେ । ଆଉ ମେଣ୍ଡିସଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ତାଙ୍କ ପତ୍ନୀ ନିଶନୀ । ଆଉ ପ୍ରଥମ ମ୍ୟାଚରେ ମେଣ୍ଡିସ ଇତିହାସ ରଚିଛନ୍ତି ।
ଏଥର ଆଇପିଏଲ ନିଲାମରେ କାମିନ୍ଦୁ ମେଣ୍ଡିସକୁ ସନରାଇଜର୍ସ ହାଇଦ୍ରାବାଦ ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । ବିବାହ ପରେ ସେ ଓ ତାଙ୍କ ପତ୍ନୀ ସ୍ଥିର କଲେ ଯେ, ହନିମୁନ ପରେ ଯିବା ପ୍ରଥମେ ଆଇପିଏଲ୍ ଆମ ପାଇଁ ଜରୁରୀ । ଏହା ପରେ ମେଣ୍ଡିସ ଆଇପିଏଲ୍ ପାଇଁ ଭାରତ ଅଭିମୁଖେ ଯାତ୍ରା କରିଥିଲେ । ଏହି ନବ ବିବାହିତ ଯୋଡିଙ୍କ ବିବାହ ଶ୍ରୀଲଙ୍କାର ସୁନ୍ଦର ହ୍ୟାପୁଟେଲ ହିଲରେ ହୋଇଥିଲା ।