ଭୁବନେଶ୍ୱର: ସୋମବାର ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେବ ସହିତ ବିଭିନ୍ନ ଦେଶର ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ସାରା ବିଶ୍ୱରେ ଆଜିର ଦିନକୁ କଳା ସୋମବାର ଭାବେ ଅଭିହିତ କରାଯାଉଥିବା ବେଳେ ଡୋନାଲଡ଼ ଟ୍ରମ୍ପ ନିଜର ସାମଜିକ ଗଣମାଧ୍ୟମ ଟ୍ରୁଥ୍ ଜରିଆରେ ଏହି ଆର୍ଥିକ ମନ୍ଦାବସ୍ଥାର ପ୍ରଭାବ ଆମେରିକାରେ ପଡ଼ିନଥିବାର ସୂଚନା ଦେଇଛନ୍ତି ।
ଆମେରିକାରେ ଅର୍ଥନୈତିକ ଅବସ୍ଥା ସ୍ଥିର ରହିବା ସହିତ ଖାଦ୍ୟ ସାମଗ୍ରୀ ତଥା ତୈଳର ଦର କମ ରହିଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି । ଯାହାଦ୍ୱାରା ଆମେରିକାରେ ବର୍ଦ୍ଧିତ ମୁଦ୍ରାସ୍ପିତିର ପ୍ରଭାବ ନାହିଁ । ଏବଂ ବହୁ ବର୍ଷ ଧରି ଆମେରିକାକୁ ପ୍ରତାଡ଼ିତ କରି ଆସୁଥବା ଦେଶ ଗୁଡିକ ଉପରେ ଅର୍ଥନୈତିକ ଶୁଳ୍କ ଲଗାଇ ସାପ୍ତାହିକ ମିଲିଅନ ଡ଼ଲାର ପୁଣି ଥରେ ଦେଶକୁ ଫେରୁଥିବା ନେଇ ନିଜର ବିବୃତି ପ୍ରକାଶ କରିଛନ୍ତି ।
ଟ୍ରମ୍ପ ପୁଣି ଚାଇନାକୁ ସମାଲୋଚନା କରି କହିଛନ୍ତି ଯେ ଏହି ଦେଶ ଆର୍ଥିକ ଶୁକ୍ଳ ଲାଗୁ କରାଯିବାକୁ ନେଇ ତାଙ୍କ ଚେତବନୀକୁ ଗୁରୁତ୍ୱର ସହିତ ନେଇନାହିଁ । ଯାହା ଫଳରେ ଏହି ଅପବ୍ୟବହାରକାରୀ ଦେଶର ବଜାରରେ ହ୍ରାସ ଦେଖିବାକୁ ମିଳୁଛି ।
ଏହା ସହିତ ଟ୍ରମ୍ପ ପୂର୍ବ ସରକାରଙ୍କ ନୀତିକୁ ସମାଲୋଚନା କରି କହିଥିଲେ, " ଅତୀତରେ ବହୁ ଦେଶ ପୁରୁଣା ଓ ଭଲ ଆମେରିକାର ସୁଯୋଗ ନେଇଛନ୍ତି । ଯାହାର ଶ୍ରେୟ ଆମେରିକାର ପୂର୍ବ ସରକାରଙ୍କୁ ଦିଆଯିବ ଉଚିତ । ତେବେ ବର୍ତ୍ତମାନ ପୁଣି ଆମେରିକାକୁ ମହାନ କରିବା ଭଳି ମନ୍ତବ୍ୟ ସେ ପ୍ରକାଶ କରିଛନ୍ତି ।
ଟ୍ରମ୍ପଙ୍କ ଏହି ନୀତିକୁ ଆଗରେ ରଖି ଜେପି ମୋର୍ଗନ୍ ର ସିଇଓ ଜେମି ଡିମୋନ୍ ନିଜ କମ୍ପାନୀର ଅଂଶୀଦାରଙ୍କୁ ଆର୍ଥିକ କ୍ଷତିର ପୂର୍ବାନୁମାନ କରି ଚିଠି ଲେଖିଥିଲେ । ଡିମୋନ୍ ଙ୍କ ମତ ଅନୁଯାୟୀ ଟ୍ରମ୍ପଙ୍କ ଆର୍ଥିକ ଶୁଳ୍କର ଚିଠା ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏହା ଉନ୍ନତିର ଗତି ଧିମା କରିଦେବ ବୋଲି ପ୍ରକାଶ କରିଛନ୍ତି ।