କଟକ: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ସୋମବାର ଦିନ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ ଲାଞ୍ଚ ମାମଲାରେ ହାଇକୋର୍ଟ ବିଷ୍ଣପଦ ସେଠୀଙ୍କ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ମେ’ ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ସହିତ ତାଙ୍କ ପତ୍ନୀ ଏବଂ ଝିଅଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମଧ୍ୟ ବୃଦ୍ଧି କରିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ଡିସେମ୍ବର ୮ ତାରିଖରେ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସିବିଆଇ ଗିରଫ ହୋଇଥିଲେ । ଏହି ମାମଲାରେ ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ଛନ୍ଦି ହୋଇପଡ଼ିଥିଲେ । ଏ ନେଇ ସିବିଆଇ ତାଙ୍କୁ ସମନ ଜାରି କରିବା ସହିତ ଜେରା ମଧ୍ୟ କରିଥିଲା । ଏହା ପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ଏ ନେଇ ଫେବ୍ରୁଆରି ୨୪ରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।