କଟକ: ଓଡ଼ିଶା ସ୍ବାସ୍ଥ୍ୟ ସେବାରେ ଯୁଗାନ୍ତକାରୀ ପଦକ୍ଷେପ । ଆଜିଠୁ ରାଜ୍ୟରେ ଲାଗୁ ହୋଇଛି କେନ୍ଦ୍ର ସରରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା । ଏଥିପାଇଁ କଟକର ବାଲିଯାତ୍ରା ପଡିଆରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା, ଏଥିରେ ସାମିଲ ହୋଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ ଏଥିରେ ସାମିଲ୍ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ ।
ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ରହିଥିଲା । ଏବେ ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଯାହା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ତେବେ ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ବୟୋ ବନ୍ଦନା କାର୍ଡ ମିଳିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିବା ବ୍ୟକ୍ତି, ସମେସ୍ତ ଏହାର ଲାଭ ପାଇପାରିବେ। ଏପରିକି ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ବୟୋ ବନ୍ଦନା କାର୍ଡ ମିଳିବ । ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତି ନେଇ ସାହାଯ୍ୟ କରିବେ ।
ଏବେ ନଜର ପକାନ୍ତୁ ଏହି କାର୍ଡର ବିଶେଷ ଫାଇଦା ବାବଦରେ
ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା:
ବିଶେଷ ଭାବରେ ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି । ସାରା ରାଜ୍ୟରେ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସ୍ତରୀୟ ଉଦଘାଟନ ଦିନ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏଥିରେ ପ୍ରାୟ ୧୦୦୦ ଲୋକଙ୍କୁ କାର୍ଡ ବାଣ୍ଟନ କରାଯିବ । ସଚେତନ ପାଇଁ ୭ ଦିନ ସଚେତନତା ରଥ ବୁଲିବ । ୨ ମାସ ଭିତରେ ନୂଆ କାର୍ଡ ସମସ୍ତଙ୍କ ପାଖରେ ପହଁଚିବ । ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ ନ କରିବା ଫଳରେ ୩୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆୟୁଷ୍ମାନ କାର୍ଡରେ ଆଡଭାନ୍ସ ଟେକ୍ନୋଲୋଜି:
ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ହସ୍ପିଟାଲରେ ଚିକିସା ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କଣ କଣ ଚିକିତ୍ସା କରିଛନ୍ତି । ତାହା ସଂପୂର୍ଣ୍ଣ ଭାବରେ ରେଜିଷ୍ଟ୍ରାର ମୋବାଇଲ ନମ୍ବରରେ ମିଳିପାରିବ ।
ସଂପୂର୍ଣ୍ଣ ଭାବରେ ଦେୟ ମୁକ୍ତ କାର୍ଡ:
ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଦେୟ ମୁକ୍ତ କାର୍ଡ ହେବ । ଏଥିରେ କିଛି ଇନସୁରାନ୍ସ ଓ ଥାର୍ଡ ପାର୍ଟିର କିଛି ଅଂଶଗ୍ରହଣ ନାହି । ଯାହା ଅନ୍ୟ କାର୍ଡ ରେ ଦେଖିବାକୁ ମିଳିଥାଏ । ଆଶାକର୍ମୀ ମାନେ ଏହାର କାର୍ୟ୍ୟ କରିବେ । ଅନଲାଇନରେ ଉକ୍ତ ଲୋକଙ୍କ ଫଟୋ ଉଠାଇ ଅପଲୋଡ କରିବେ । ଯାହା ଫଳରେ ରାଜ୍ୟ ବା ଦେଶରେ କେତେ ଲୋକ ଏହି କାର୍ଡ ପାଇଛନ୍ତି ସେନେଇ ତଥ୍ୟ ମିଳିପାରିବ ।
ସାରା ଦେଶରେ କାମ କରିବ ଗୋଟିଏ କାର୍ଡ:
ଏହି କାର୍ଡ ସର୍ବ ଭାରତୀୟ ଆଇଟି ପ୍ଲାଟ ଫର୍ମରେ ଅନବୋର୍ଡ ରହିଛି । ଦେଶରେ ଯେ କୌଣସି ରାଜ୍ୟରେ ହସ୍ପିଟାଲ ଗୁଡିକ ଆୟୁଷ୍ମାନ ଭାରତ ସହିତ ଅନୁବନ୍ଧିତ ହୋଇସାରିଲେଣି । ସବୁଠି ଏହି କାର୍ଡ କାମ କରିବ ବୋଲି କହିଛନ୍ତି ସ୍ୱାସ୍ଥମନ୍ତ୍ରୀ।
ନବୀନ ସ୍ମାର୍ଟ କାର୍ଡକୁ ଆୟୁଷ୍ମାନରେ ସାମିଲ:
ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇଲେକ୍ସନ ପୂର୍ବରୁ ଏକ ସ୍ୱାସ୍ଥ୍ୟ କାର୍ଡ ପୂର୍ବ ସରକାର ଯୋଜନା କରିଥିଲେ ଯାହାର ନାମ ଥିଲା ନବୀନ ସ୍ମାର୍ଟ କାର୍ଡ । ଏଥିରେ ଅନେକ ଲୋକମାନେ ସାମିଲ ହୋଇଛନ୍ତି । ତେବେ ଏହି ନବୀନ ସ୍ମାର୍ଟ କାର୍ଡକୁ ଆୟୁଷ୍ମାନ ଭାରତ କାର୍ଡ ମଧ୍ୟରେ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ସେମାନେ କଣ କରିବେ ?
ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ବା ପୁରୁଣା କାର୍ଡ ରହିଛି ସେମାନେ ବିଶେଷ ଭାବରେ ସେମାନେ ଏକ ପ୍ରକାରର ଦ୍ଵନ୍ଦ୍ବରେ ରହିଥିବେ। ଯେଉଁ ଲୋକଙ୍କ ପାଖରେ ନୂଆ କାର୍ଡ ନାହି ସେମାନଙ୍କ ଆଧାର କାର୍ଡ ମାଧ୍ୟମରେ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଆୟୁଷ୍ମାନ କାର୍ଡ଼ ପାଇଁ କିପରି କରିବେ ପଞ୍ଜିକରଣ?
ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ବିଶେଷ ଭାବରେ ପଞ୍ଜିକରଣ କରାଯାଇଛି।
ପଦ୍ଧତି-୧
ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ ଗାଁ କୁ ଗାଁ ବୁଲି କାର୍ଡ଼ ପ୍ରସ୍ତୁତିରେ ହିତାଧିକାରୀମାନଙ୍କୁ ସହାୟତା କରିବ।
ପଦ୍ଧତି-୨
ହିତାଧିକାରୀମାନେ http://beneficiary.nha.gov.in କିମ୍ବା ଆୟୁଷ୍ମାନ ଆପ୍ ରେ ଲଗଇନ୍ କରି ନିଜର ଇ-କେ.ୱାଇ.ସି କରିବେ ।
ପଦ୍ଧତି-୩
ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର)କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ ।